31.1 C
Bhubaneswar
Saturday, October 24, 2026
Homeଓଡିଶାପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସର ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ନେଇ ପୋଲିସର ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ

ଭୁବନେଶ୍ବର: ଜଟଣୀ ସ୍ଥିତ ଇନଫୋ ଭ୍ୟାଲି-୨ରେ ନିର୍ମିତ ଭାରତୀୟ ରିଜର୍ଭ ବ୍ୟାଙ୍କର ଅତ୍ୟାଧୁନିକ ଗ୍ରୀନ୍ ଫିଲ୍ମ ଡାଟା ସେଣ୍ଟରକୁ ରବିବାର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତକୁ ନେଇ କଡ଼ା ସୁରକ୍ଷା ବ୍ୟବସ୍ଥା । ଗସ୍ତ ସମୟରେ ଆଇନଶୃଙ୍ଖଳା ରକ୍ଷା, ଭିଡ଼ ନିୟନ୍ତ୍ରଣ ଓ ଟ୍ରାଫିକ୍ ପରିଚାଳନା ପାଇଁ ପୋଲିସ ପକ୍ଷରୁ ସ୍ୱତନ୍ତ୍ର ବ୍ଲୁପ୍ରିଣ୍ଟ ପ୍ରସ୍ତୁତ ହୋଇଛି । ସୁରକ୍ଷା ଦାୟିତ୍ୱରେ ୫୭ ପ୍ଲାଟୁନ୍ ପୋଲିସ ଫୋର୍ସ ଓ ୫ ପ୍ଲାଟୁନ୍ CAPF ମୁତୟନ ହେବେ । ଏହାସହ ପ୍ରାୟ ୨୦୦ ପୋଲିସ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଥିବା ବେଳେ ୧୦ ଜଣ SP ରାଙ୍କ୍ ର ଅଧିକାରୀ ମଧ୍ୟ ସାମିଲ ଅଛନ୍ତି । ଏୟାରପୋର୍ଟ ଠାରୁ ଆରମ୍ଭ କରି କାର୍ଯ୍ୟକ୍ରମସ୍ଥଳ ଓ ପ୍ରଧାନମନ୍ତ୍ରୀଙ୍କ ଯାତାୟାତ ରୁଟ୍ ରେ ସୁରକ୍ଷାକୁ କଡ଼ାକଡ଼ି କରାଯିବ। ଆଣ୍ଟି ଟେରର୍ ଟିମ୍ କୁ ମଧ୍ୟ ବିଭିନ୍ନ ସ୍ଥାନରେ ମୁତୟନ କରାଯିବ। ଏହାସହ ଭିଡ଼ ନିୟନ୍ତ୍ରଣ, ରୁଟ୍ ଲାଇନିଂ ଓ ଟ୍ରାଫିକ୍ ପରିଚାଳନା ପାଇଁ ସ୍ୱତନ୍ତ୍ର ଟିମ୍ ନିୟୋଜିତ ହେବେ।ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଯାତାୟାତ ବ୍ୟବସ୍ଥାକୁ ସୁଗମ ରଖିବା ପାଇଁ ଟ୍ରାଫିକ୍ ଆଡଭାଇଜରି ଜାରି କରାଯିବା ସହ ବିକଳ୍ପ ରୁଟ୍ ର ବ୍ୟବସ୍ଥା ରହିବ। ଜନସାଧାରଣଙ୍କ ଯାତାୟାତ ଯେପରି ଅଧିକ ପ୍ରଭାବିତ ନହୁଏ, ସେଥିପ୍ରତି ମଧ୍ୟ ଧ୍ୟାନ ଦିଆଯାଉଛି। ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ କାର୍ଯ୍ୟକ୍ରମ ଡାଟା ସେଣ୍ଟର ଉଦଘାଟନକୁ ନେଇ ପୋଲିସ ପକ୍ଷରୁ ସୁରକ୍ଷା ପ୍ରସ୍ତୁତି ଜୋରଦାର କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking