31.1 C
Bhubaneswar
Saturday, October 24, 2026
Homeଓଡିଶାସମ୍ଭାବ୍ୟ ବାତ୍ୟା: ଅଧିକାରୀଙ୍କ ଛୁଟି ବାତିଲ

ସମ୍ଭାବ୍ୟ ବାତ୍ୟା: ଅଧିକାରୀଙ୍କ ଛୁଟି ବାତିଲ

ଛତ୍ରପୁର : ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ବ୍ୟାପକ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଶନିବାର ଛତ୍ରପୁରସ୍ଥିତ ଜିଲାପାଳଙ୍କ ଓସଓ୍ବାନ ହଲ୍‌ରେ ଜିଲାପାଳ ଭି. କୀର୍ତ୍ତି ଭାସନଙ୍କ ଅଧ୍ୟକ୍ଷତାରେ ଏକ ଜିଲାସ୍ତରୀୟ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।ପାଣିପାଗ ବିଭାଗର ଆକଳନ ଅନୁଯାୟୀ, ଆସନ୍ତା ୨୬ ତାରିଖ ସନ୍ଧ୍ୟାଠାରୁ ବର୍ଷା ଆରମ୍ଭ ହୋଇ ୨୭, ୨୮ ଓ ୨୯ ତାରିଖ ପର୍ଯ୍ୟନ୍ତ ଗଞ୍ଜାମ ଜିଲାର ବିଭିନ୍ନ ଅଞ୍ଚଳରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ବୈଠକରେ ବାତ୍ୟାର ସମ୍ଭାବ୍ୟ ଗତିପଥ, ଝଡ଼ପବନ, କଳିଙ୍ଗଘାଟି ଭଳି ଭୂସ୍ଖଳନ ଆଶଙ୍କା ଥିବା ସମ୍ବେଦନଶୀଳ ଅଞ୍ଚଳ, ଜଳ ନିଷ୍କାସନ ଏବଂ ଜରୁରୀକାଳିନ ସେବା ନେଇ ବିସ୍ତୃତ ସମୀକ୍ଷା କରାଯାଇଥିଲା।

ସମ୍ଭାବ୍ୟ ବାତ୍ୟାର ଆଗୁଆ ମୁକାବିଲା ପାଇଁ ଆସନ୍ତା ୨୯ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି। କୌଣସି ପରିସ୍ଥିତିରେ ମଧ୍ୟ ଅଧିକାରୀମାନେ ନିଜସ୍ବ ମୁଖ୍ୟାଳୟ ନ ଛାଡ଼ିବାକୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି।ଜିଲାରେ ମୋଟ ୧୧୦ଟି ସ୍ଥାୟୀ ଏବଂ ୧,୦୦୦ରୁ ଊର୍ଦ୍ଧ୍ୱ ଅସ୍ଥାୟୀ ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖାଯାଇଛି। ଏଠାରେ ଏକକାଳୀନ ପ୍ରାୟ ୧.୫ ଲକ୍ଷ ଲୋକ ଆଶ୍ରୟ ନେବାର ବ୍ୟବସ୍ଥା ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking