ସୁନ୍ଦରଗଡ଼ : ରବିବାର ବଜ୍ରପାତରେ ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ କୋଲାସିହିରିଆ ଗ୍ରାମର ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି । ମୃତ ନାବାଳକ ହେଲେ ସେହି ଗାଁର ସୁନୀଲ ମିଞ୍ଜଙ୍କ ପୁଅ ଅମିତ ମିଞ୍ଜ(୧୫) । ରବିବାର ସ୍ଥାନୀୟ ଅଂଚଳରେ ଥିବା ଏକ ଖେଳ ପଡ଼ିଆରେ ଫୁଟ୍ବଲ୍ ମ୍ୟାଚ୍ ଚାଲିଥିଲା । ଅମିତ ସେଠି ଖେଳ ଦେଖୁଥିଲେ । ଠିକ୍ ଏହି ସମୟରେ ଝଡ ତୋଫାନ ସହ ବଜ୍ରପାତ ହେବାରୁ ଅମିତଙ୍କ ମୃତ୍ୟୁ ଘଟିଥିଲା । ପାଖରେ ଥିବା ଅନ୍ୟ ୨ ଜଣ ନାବଳକ ମଧ୍ୟ ଆହତ ହୋଇଥିଲେ । ଆହତ ଦ୍ୱୟଙ୍କୁ ସ୍ଥାନୀୟ କୁଆଁରମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଯାଇଛି । ବୀରମିତ୍ରପୁର ଥାନାରେ ଏ ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ।










