33.1 C
Bhubaneswar
Monday, September 7, 2026
Homeଓଡିଶାପିଆଜ ଦରରେ ନିଆଁ, ଖୁଚୁରା ବଜାରରେ ୭୦ ଛୁଇଁଲା ରେଟ

ପିଆଜ ଦରରେ ନିଆଁ, ଖୁଚୁରା ବଜାରରେ ୭୦ ଛୁଇଁଲା ରେଟ

କଟକ : ପିଆଜ ଦରରେ ନିଆଁ ! ଖୁଚୁରା ବଜାରରେ ଦର ୭୦ ଛୁଇଁଲା । ପିଆଜ ପୁଣି ଉପରମୁହାଁ । ୬୦ରୁ ୭୦ ଟଙ୍କା ଛୁଇଁଲାଣି । ଟ୍ବିନ ସିଟିରେ ରାଜଧାନୀରେ ପିଆଜ ଖୁଚୁରା ଦର କିଲୋଗ୍ରାମ୍ ପିଛା ବୃଦ୍ଧି ପାଇ ୬୦ ଟଙ୍କାରେ ପହଞ୍ଚିଛି । ଏହା ଖାଉଟିଙ୍କ ଚିନ୍ତା ବଢ଼ାଇ ଦେଇଛି । କୁବେରପୁରୀ ପାଇକାରୀ ବଜାରରେ ପିଆଜ ଦର ପୂର୍ବରୁ ୨୦ରୁ ୨୨ ଟଙ୍କାରେ ବିକ୍ରି ହେଉଥିଲା । ଏବେ ଏହା ପାଖାପାଖି ୪୦ରୁ ୫୦ଟଙ୍କା ମଧ୍ୟରେ ବିକ୍ରି ହେଉଛି । କିନ୍ତୁ ଖୁଚୁରା ଦର ନିୟନ୍ତ୍ରଣରେ ନାହିଁ । କେତେକ ଦୋକାନରେ ପିଆଜ କିଲୋଗ୍ରାମ୍ ପିଛା ୬୦ ଟଙ୍କାରେ ପାଇକାରୀ ଓ ଖୁଚୁରା ଦର ଭିତରେ ବହୁତ ପାର୍ଥକ୍ୟ ରହିଛି। ପିଆଜ ଦର ଉପରେ ସରକାର ନିୟନ୍ତ୍ରଣ ହରାଇଥିବା ଭଳି ମନେ ହେଉଛି । ସରକାର ଓ ପ୍ରଶାସନ ତୁରନ୍ତ ତତ୍ପରତ ପ୍ରକାଶ କରି ଖାଉଟିଙ୍କୁ ସୁରକ୍ଷା ଦେବାର ଆବଶ୍ୟକତା ରହିଛି ବୋଲି ସଚେତନ ଖାଉଟିମାନେ ମତ ଦେଇଛନ୍ତି । ଗୋଟିଏ ମାସ ତଳେ ହୋଲସେଲ୍ ଦର୍ ଥିଲା ୩୦ ରୁ ୩୫ ଟଙ୍କା, ଆଜି ୫୦ ଟଙ୍କାରେ ପହଞ୍ଚିଲାଣି ପିଆଜର ହୋଲ ସେଲ୍ ଦର । ଖୁଚୁରା ବଜାରରେ ବିକ୍ରି ହେଲାଣି ୬୦ ଟଙ୍କାରେ । ଅତ୍ୟଧିକ ବର୍ଷା ପାଇଁ ଦେଶର ବିଭିନ୍ନ ରାଜ୍ୟରେ ପିଆଜ ଫସଲ ନଷ୍ଟ ହେବା କାରଣରୁ ଏହି ଦର ବୃଦ୍ଧି ହୋଇଥିବା କୁହାଯାଉଛି । ନୂଆ ପିଆଜ ଅମଳ ହେବା ପରେ ହିଁ ଦର କମିପାରେ ବୋଲି ବ୍ୟବସାୟୀ ମାନେ ଅନୁମାନ କରୁଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking