ଭୁବନେଶ୍ୱର :ବନ ଅଧିକାରୀ ସୌମ୍ୟରଞ୍ଜନ ହତ୍ୟାକାଣ୍ଡ ମାମଲାର ନୂଆ ମୋଡ଼, ପତ୍ନୀ ବିଦ୍ୟାଭାରତୀ ଗିରଫ ହେବା ଏବେ ସୁନିଶ୍ଚିତ ହୋଇଛି । ତାଙ୍କ ଆବେଦନ ହାଇକୋର୍ଟରେ ଦୁଇଦୁଇଥର ଖାରଜ ହେବା ପରେ ଏବେ ତାଙ୍କୁ ଗିରଫ କରାଯାଇପାରେ । ସେ ତଳ କୋର୍ଟରେ ତାଙ୍କ ବିରୋଧରେ ହୋଇଥିବା ମାମଲା ରଦ୍ଦ କରିବାକୁ ହାଇକୋର୍ଟଙ୍କୁ ଦୁଇଦୁଇଥର ଆବେଦନ କରିଥିଲେ ବି କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି । ତାଙ୍କ ଗିରଫ ନେଇ ଥିବା ସମସ୍ତ ପ୍ରତିବନ୍ଧକକୁ ହାଇକୋର୍ଟ ଉଠାଇଦେଇଛନ୍ତି । ହାଇକୋର୍ଟ ମାମଲା ଉପରେ ଶୁଣାଣି ଶେଷ ପର୍ଯ୍ୟନ୍ତ ବିଦ୍ୟାଭାରତୀଙ୍କ ଗିରଫ ଉପରେ ଅନ୍ତରୀଣ ସୁରକ୍ଷା ରହିଥିଲା । ଏବେ ସମସ୍ତ ପ୍ରକାର ଆଇନଗତ ପ୍ରତିବନ୍ଧକ ହଟିଥିବାରୁ ବିଦ୍ୟାଭାରତୀ ଗିରଫ ହେବା ସୁନିଶ୍ଚିତ ହୋଇଛି । ସୂଚନା ଥାଉ କି, ଗିରଫଦାରୀ ହଟାଇବା ପାଇଁ ହାଇକୋର୍ଟରେ ଦୁଇଟି ପ୍ରୋଟେଷ୍ଟ ମାମଲା କରିଥିଲେ ବିଦ୍ୟାଭାରତୀ ।










