29.1 C
Bhubaneswar
Wednesday, September 9, 2026
Homeଦେଶ ବିଦେଶ‘ବନ୍ଦେ ମାତରମ୍‌’ ସମ୍ପୂର୍ଣ୍ଣ ଗାନ ବେଳେ ଛିଡ଼ା ହୋଇ ରହିଲେ ଓମର ଅବଦୁଲ୍ଲା

‘ବନ୍ଦେ ମାତରମ୍‌’ ସମ୍ପୂର୍ଣ୍ଣ ଗାନ ବେଳେ ଛିଡ଼ା ହୋଇ ରହିଲେ ଓମର ଅବଦୁଲ୍ଲା

ନୂଆଦିଲ୍ଲୀ : ବନ୍ଦେ ମାତରମ୍‌’ ସମ୍ପୂର୍ଣ୍ଣ ଗାନ କରାଯିବା ସମୟରେ ଜମ୍ମୁ-କାଶ୍ମୀର ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଛିଡ଼ା ହୋଇ ରହିବାକୁ ନେଇ କଂଗ୍ରେସର ସହଯୋଗୀ ନ୍ୟାସନାଲ କନଫରେନ୍ସ ସହିତ ବିବାଦ ଦେଖାଯାଇଛି । କଂଗ୍ରେସ ନ୍ୟାସନାଲ କନଫରେନ୍ସର ଏହି ପଦକ୍ଷେପ ଉପରେ ପ୍ରଶ୍ନ ଉଠାଇଛି ଓ ସ୍ବାଧୀନତା ସଂଗ୍ରାମୀଙ୍କୁ ସମ୍ମାନ କରିବାକୁ ନିବେଦନ କରିଛି ।ଶ୍ରୀନଗରରେ ଅନୁଷ୍ଠିତ ପ୍ରଥମ ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ଓମାର ଅବଦୁଲ୍ଲା ଓ ନ୍ୟାସନାଲ କନଫରେନ୍ସ ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ‘ବନ୍ଦେ ମାତରମ୍‌’ର ସମ୍ପୂର୍ଣ୍ଣ ପରିବେଷଣ ସମୟରେ ଛିଡ଼ା ହୋଇ ରହିଥିଲେ। ଅବଦୁଲ୍ଲା ଗୀତର ସମସ୍ତ ଛଅଟି ପଦରେ ଛିଡ଼ା ହେବା ପରେ ରାଷ୍ଟ୍ରୀୟ ଗୀତକୁ ନେଇ ‘ଇଣ୍ଡି ମେଣ୍ଟ’ରେ ମତଭେଦ ଦେଖାଯାଇଥିବା ଜଣାପଡ଼ିଛି।କଂଗ୍ରେସ ମହାସଚିବ ବେଣୁଗୋପାଳ ଏହି ପ୍ରସଙ୍ଗରେ ମଙ୍ଗଳବାର କହିଥିଲେ ଯେ, କଂଗ୍ରେସର ସହଯୋଗୀ ଦଳମାନଙ୍କୁ ସ୍ବାଧୀନତା ସଂଗ୍ରାମୀଙ୍କ ବିବେକ ଓ ନିର୍ଣ୍ଣୟର ସମ୍ମାନ କରି ‘ବନ୍ଦେ ମାତରମ୍‌’ର କେବଳ ସେହି ସଂସ୍କରଣ ଗାଇବା କଥା ଯାହାକୁ ସେମାନେ ଗ୍ରହଣ କରିଥିଲେ। ବେଣୁଗୋପାଳ ଏହା ମଧ୍ୟ କହିଛନ୍ତି ଯେ, ରାଷ୍ଟ୍ରୀୟ ଗୀତକୁ ସାମ୍ପ୍ରଦାୟିକ ରଙ୍ଗ ନ ଦେବା ପାଇଁ ଭାବିଚିନ୍ତି ନିଆଯାଇଥିବା ଫଇସଲା ଥିଲା ଓ ଆଜି ମଧ୍ୟ ସେ ନେଇ ବିପଦ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking