29.1 C
Bhubaneswar
Wednesday, September 9, 2026
Homeଓଡିଶାଜଙ୍ଗଲରେ ବେଆଇନ ମଦ କାରବାର ଉପରେ ଚଢ଼ାଉ

ଜଙ୍ଗଲରେ ବେଆଇନ ମଦ କାରବାର ଉପରେ ଚଢ଼ାଉ

ସୁନ୍ଦରଗଡ଼: ଆଗକୁ ପାର୍ବଣ ଋତୁ। ଏହା ପୂର୍ବରୁ ବେଆଇନ ମଦ କାରବାର ଉପରେ କଡ଼ା ନଜର ରଖିଛି ଅବକାରୀ ବିଭାଗ। ସୁନ୍ଦରଗଡ଼ ଜିଲ୍ଲା ଟାଙ୍ଗରପାଲି ବ୍ଲକ୍‌ର ପିଠାଭୁଇଁ ଜଙ୍ଗଲରେ ଚଢ଼ାଉ କରି ବିପୁଳ ପରିମାଣର ଦେଶୀ ମଦ ଓ ମଦ ପ୍ରସ୍ତୁତି ସାମଗ୍ରୀ ଜବତକରାଯାଇଛି। ଉଜଳପୁର ଅବକାରୀ ସେକ୍ସନ୍‌ର ଅଧିକାରୀମାନେ ଏହି ଚଢ଼ାଉ କରିଥିଲେ। ଜଙ୍ଗଲ ଭିତରେ ଲୁଚିଛପି ବେଆଇନ ଭାବେ ମଦ ପ୍ରସ୍ତୁତ କରାଯାଉଥିବା ନେଇ ଅବକାରୀ ବିଭାଗକୁ ସୂଚନା ମିଳିଥିଲା।ଏହି ସୂଚନା ଆଧାରରେ ଅବକାରୀ ଟିମ୍ ପିଠାଭୁଇଁ ଜଙ୍ଗଲରେ ଚଢ଼ାଉ କରିଥିଲା। ରେଡ୍ ବେଳେ ବିପୁଳ ପରିମାଣର ଦେଶୀ ମଦ ଓ ମଦ ପ୍ରସ୍ତୁତିରେ ବ୍ୟବହୃତ ସାମଗ୍ରୀ ଠାବ କରାଯାଇଥିଲା। ପାର୍ବଣ ସମୟରେ ମଦର ଚାହିଦା ବଢ଼ୁଥିବାରୁ ମାଫିଆମାନେ ଜଙ୍ଗଲ ଭିତରେ ଗୋପନୀୟ ଭାବେ ମଦ ପ୍ରସ୍ତୁତ କରୁଥିବା ସନ୍ଦେହ କରାଯାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking