31.1 C
Bhubaneswar
Wednesday, September 9, 2026
Homeଓଡିଶାସ୍କ୍ରବ ଟାଇଫସ ନ ବ୍ୟାପିବାକୁ ଗୁରୁତ୍ୱ

ସ୍କ୍ରବ ଟାଇଫସ ନ ବ୍ୟାପିବାକୁ ଗୁରୁତ୍ୱ

ଭୁବନେଶ୍ୱର: ସ୍କ୍ରବ୍ ଟାଇଫସ୍‌କୁ ନେଇ ତତ୍ପର ହୋଇଛି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ। ଯେଉଁ ଅଞ୍ଚଳରେ ସ୍କ୍ରବ୍ ଟାଇଫସ୍ ରୋଗୀ ଚିହ୍ନଟ ହେବେ, ସେଠାକୁ ଡାକ୍ତରୀ ଟିମ୍ ପଠାଯିବ। ରୋଗ ଯେପରି ଅନ୍ୟ ଅଞ୍ଚଳକୁ ନ ବ୍ୟାପେ, ସେଥିପାଇଁ ସଚେତନତା ସହ ନିୟନ୍ତ୍ରଣମୂଳକ ପଦକ୍ଷେପ ନିଆଯିବ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି।ସ୍ୱାସ୍ଥ୍ୟମନ୍ତ୍ରୀଙ୍କ କହିବା ଅନୁସାରେ, ସ୍କ୍ରବ୍ ଟାଇଫସ୍ ରୋଗର ଚିହ୍ନଟ, ଚିକିତ୍ସା ଏବଂ ନିୟନ୍ତ୍ରଣ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡ୍‌ଲାଇନ୍ ପ୍ରସ୍ତୁତ କରାଯାଇଛି। ରୋଗୀ ଚିହ୍ନଟ ହେବା ପରେ କେଉଁ ପ୍ରକାର ଚିକିତ୍ସା କରାଯିବ, ସଂପୃକ୍ତ ଅଞ୍ଚଳରେ କେଉଁ ପ୍ରତିଷେଧକମୂଳକ ପଦକ୍ଷେପ ନିଆଯିବ ଓ ରୋଗର ପ୍ରସାର କିପରି ରୋକାଯିବ, ସେନେଇ ନିର୍ଦ୍ଦେଶାବଳୀ ରହିଛି।ଯେଉଁଠାରୁ ସ୍କ୍ରବ୍ ଟାଇଫସ୍ ମାମଲା ସାମ୍ନାକୁ ଆସିବ, ସେହି ଅଞ୍ଚଳରେ ଡାକ୍ତରୀ ଟିମ୍ ପହଞ୍ଚି ସ୍ଥିତି ଯାଞ୍ଚ କରିବ। ରୋଗର ଉତ୍ସ ଓ ପ୍ରସାର ଉପରେ ନଜର ରଖିବା ସହ ସ୍ଥାନୀୟ ଲୋକଙ୍କୁ ସଚେତନ କରାଯିବ।

https://www.youtube.com/watch?v=OEDM0xNfS38
5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking