30.1 C
Bhubaneswar
Monday, May 20, 2024
Homeଓଡିଶାବୋଲେରୋକୁ ଧକ୍କା ଦେଲା ଟ୍ରକ୍: ଜଣେ ମୃତ, ଖଡ଼ିଆଳ -ଭବାନୀପାଟଣା ୧୬ନଂ ରାଜ୍ୟ ରାଜପଥ ଅବରୋଧ

ବୋଲେରୋକୁ ଧକ୍କା ଦେଲା ଟ୍ରକ୍: ଜଣେ ମୃତ, ଖଡ଼ିଆଳ -ଭବାନୀପାଟଣା ୧୬ନଂ ରାଜ୍ୟ ରାଜପଥ ଅବରୋଧ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଚାନ୍ଦୋତାର ଛକ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବୋଲେରୋ(ଓଡି ୦୮ ବି ୫୮୪୪)କୁ ଟ୍ରକ(ସିଜି ୦୪ ଏମ ଜେଡ ୧୯୬୮) ଧକ୍କା ଦେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ଜଣାଯାଇଛି। ଏହି ଘଟଣାରେ ବୋଲେରୋ ଡ୍ରାଇଭର ଗୁରୁତର ହୋଇଥିବା ବେଳେ ଟ୍ରକ୍ ଚାଳକ ଫେରାର ହୋଇଯାଇଥିବା ସୂଚନା ମିଳିଛି।
ଏଣେ ଦୁର୍ଘଟଣା ପରେ ଚାନ୍ଦୋତାର ଛକରେ ଗୋଲେଇଛକ ନିର୍ମାଣ ଓ ସ୍ପିଡ ବ୍ରେକର ନିର୍ମାଣ ଦାବି ନେଇ ଚାନ୍ଦୋତାର ଗ୍ରାମବାସୀଙ୍କ ଦ୍ୱାରା ରାସ୍ତାରୋକ କରାଯାଇଛି l ଖଡ଼ିଆଳ -ଭବାନୀପାଟଣା ୧୬ନଂ ରାଜ୍ୟ ରାଜପଥ ଅବରୋଧ କରିଛନ୍ତି ଗ୍ରାମବାସୀ। ଏହାଫଳରେ ରାସ୍ତାର ଉଭୟ ପାର୍ଶ୍ୱ ରେ ଶହ ଶହ ଟ୍ରକ ଠିଆ ହୋଇ ରହିଛିl

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking