ଭୁବନେଶ୍ବର : ରାଜ୍ୟ ସରକାର ୨୦୨୪ ବ୍ୟାଚର ଆଇଏଏସଙ୍କୁ ତାଲିମ ପରେ ନିଯୁକ୍ତି ଦେଇଛନ୍ତି । ଅନିମେଶ ପ୍ରଧାନ ଆଠଗଡ଼ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ପାଇଥିଲା ବେଳେ ପ୍ରଜ୍ଞାନନ୍ଦନ ଗିରି ତାଳଚେର ଉପଜିଲ୍ଲାପାଳ ନିଯୁକ୍ତ ହୋଇଛନ୍ତି । ସେହିଭଳି କସ୍ତୁରୀ ଶାଙ୍କୁ ଭବାନୀପାଟଣା, ଫାବି ରଶିଦଙ୍କୁ କୋରାପୁଟ, ମୃଣଲିକା ରାଥୋରଙ୍କୁ ରାୟଗଡ଼ା ଉପଜିଲ୍ଲାପାଳ ଭାବେ ନିଯୁକ୍ତି ଦେଇଛନ୍ତି ସରକାର। ଶୁଭ୍ରା ପଣ୍ଡାଙ୍କୁ ଜୟପୁର ଉପଜିଲ୍ଲାପାଳ, ପଓ୍ବନ କୁମାରଙ୍କୁ ଟିଟିଲାଗଡ଼, ଭଗତ ଶମଲ କଲ୍ୟାଣରାଓଙ୍କୁ ପାରଳାଖେମୁଣ୍ଡି ଏବଂ ସନ୍ତୋଷ କୁମାର ପାତ୍ରଙ୍କୁ ବଣାଇଗଡ଼ ଉପଜିଲ୍ଲାପାଳ ଭାବେ ନିଯୁକ୍ତି ମିଳିଛି । ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଏ ସଂପର୍କରେ ବିଜ୍ଞପ୍ତି ପ୍ରକାଶ ପାଇଛି ।










