29.1 C
Bhubaneswar
Friday, September 11, 2026
Homeଓଡିଶାଫୁଲ ତୋଳୁଥିବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

ଫୁଲ ତୋଳୁଥିବା ବେଳେ ମହିଳାଙ୍କ ଉପରେ ଚଢ଼ିଗଲା ଟ୍ରକ୍‌

ଗଂଜାମ:  ଫୁଲ ତୋଳୁଥିବା ବେଳେ ଚଢ଼ିଗଲା ଟ୍ରକ୍‌ । ଜଣେ ମୃତ, ଅନ୍ୟ ଜଣେ ଗୁରୁତର । ଗଂଜାମ ଆସିକା ଖଡ଼ଭାଗ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରକ୍‌ଟି ପ୍ରଥମେ ରାସ୍ତା କଡ଼ରେ ଛିଡ଼ାହୋଥିବା ଏକ କାର୍‌କୁ ଧକ୍କା ଦେବା ପରେ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଫୁଲ ତୋଳିବାକୁ ଆସିଥିବା ଦୁଇ ଜଣ ମହିଳାଙ୍କ ଉପରେ ଚଢ଼ି ଯାଇଥିଲା । ମୃତକ ହେଲେ ଖଡ଼ଭାଗ ଗାଁର ଅହଲ୍ୟା ଗୌଡ଼ । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଛି । ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଚଳାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking