ନୂଆପଡ଼ା: ବିଷ ପିଇଦେଲେ ପ୍ରେମୀ ଯୁଗଳ। ନାବାଳିକା ପ୍ରେମିକା ମୃତ, ପ୍ରେମିକ ଗୁରୁତର । ବିଷ ପିଇ ଛଟ ପଟ ହେଉଥିବା ବେଳେ ଜମିରୁ ଉଭୟଙ୍କୁ ଉଦ୍ଧାର କରିଥିଲେ ପରିବାର ଲୋକେ। ସିନାପାଲିରେ ପ୍ରାଥମିକ ଚିକିତ୍ସା ପରେ ଖଡ଼ିଆଳ ଓ ପରେ ନୂଆପଡ଼ା ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ହେଲେ ପ୍ରେମିକାର ଜୀବନ ଚାଲିଯାଇଛି। ୨୨ ବର୍ଷିୟ ଯୁବକ ଏବେ ବି ଜୀବନ ମରଣ ସହ ସଂଘର୍ଷ କରୁଛି।ଖବର ଅନୁଯାୟୀ, ନୂଆପଡ଼ା ଜିଲ୍ଲା ସିନାପାଲି ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି। ସେମାନେ ପ୍ରେମ ପାଇଁ ଘର ଛାଡ଼ିଥିଲେ। ହେଲେ କାହିଁକି ବିଷ ପିଇଲେ ତାହା ଅଷ୍ପଷ୍ଟ ରହିଛି । ଗୁରୁତର ଅବସ୍ଥାରେ ଉଭୟଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରେମିକାର ମୃତ୍ୟୁ ହୋଇଥିବା ବେଳେ ପ୍ରେମିକ ଗୁରୁତର ଅଛନ୍ତି । ମେଡିକାଲରେ ଏବେବି ଚାଲିଛି ଚିକିତ୍ସା ।










