ଭୁବନେଶ୍ୱର: ବିଜେଡି ହାଇକୋର୍ଟ ଯିବା ପରେ ବିଧାୟକ ଅରବିନ୍ଦ ମହାପାତ୍ର ପ୍ରତିକ୍ରିୟା ରଖି କହିଛନ୍ତି, ମୁଁ ଆଇନ ଅନୁଯାୟୀ, ଭୋଟ ଦେଇଥିଲି, କିଛି ଅସୁବିଧା ନାହିଁ । ମୁଁ ଦଳରେ ନଥିଲି, କାଗଜ କଲମରେ ମୁଁ ବିଜେଡିରେ ଅଛି । ମୁଁ ପାଟକୁରା ସେବା ପାଇଁ ଲାଗିଛି, ଯାହା କରିବା କଥା କରନ୍ତୁ । ହାଇକୋର୍ଟ ଯିବା ପ୍ରସଙ୍ଗରେ ମୁଁ ଆଦୌ ଚିନ୍ତିତ ନୁହେଁ । କୋର୍ଟ ଯିବା କଥା ଯାଆନ୍ତୁ, ମୋର କୌଣସି ଅସୁବିଧା ନାହିଁ କହିଛନ୍ତି ଅରବିନ୍ଦ ।










