34.1 C
Bhubaneswar
Monday, September 7, 2026
Homeଦେଶ ବିଦେଶକ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

କ୍ୟାବିନେଟ୍ ଅଦଳବଦଳ ନେଇ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ: ମନ୍ତ୍ରୀମାନଙ୍କ କାର୍ଯ୍ୟଧାରା ଓ ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନକୁ ନେଇ ସୋମବାର ସନ୍ଧ୍ୟାରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ବୈଠକରେ ଅଧ୍ୟକ୍ଷତା କରିବେ । ବୈଠକରେ କିଛି ପ୍ରମୁଖ ମନ୍ତ୍ରଣାଳୟର କାର୍ଯ୍ୟକ୍ରମ, ଯୋଜନାର ଅଗ୍ରଗତି ଓ ମନ୍ତ୍ରୀମାନଙ୍କ ପ୍ରଦର୍ଶନ ଉପରେ ଆଲୋଚନା ହେବ। ଏହି ବୈଠକକୁ ଆଗାମୀ ଦିନରେ ସମ୍ଭାବ୍ୟ କ୍ୟାବିନେଟ୍ ଅଦଳବଦଳ ସହ ଯୋଡ଼ି ଦେଖାଯାଉଛି। ତେବେ ଏନେଇ ବର୍ତ୍ତମାନ ସୁଦ୍ଧା କୌଣସି ଅଧିକାରିକ ଘୋଷଣା ହୋଇନାହିଁ। ବୈଠକରେ ସାମାଜିକ ନ୍ୟାୟ ଓ ଜନକଲ୍ୟାଣ ସମ୍ପର୍କିତ କାର୍ଯ୍ୟ ଉପରେ ବିଶେଷ ଗୁରୁତ୍ୱ ଦିଆଯି ବ। ଏଥିପାଇଁ ସମାଜ କଲ୍ୟାଣ ସହ ଜଡ଼ିତ ବିଭାଗର ରାଜ୍ୟମନ୍ତ୍ରୀ ଓ ସ୍ୱାଧୀନ ଦାୟିତ୍ୱରେ ଥିବା ରାଜ୍ୟମନ୍ତ୍ରୀମାନଙ୍କୁ ବୈଠକକୁ ଡକାଯାଇଛି। ସୂତ୍ର ଅନୁସାରେ, ଆଗାମୀ ଦିନରେ ଅନ୍ୟ ମନ୍ତ୍ରଣାଳୟର ମନ୍ତ୍ରୀମାନଙ୍କ ସହ ମଧ୍ୟ ପର୍ଯ୍ୟାୟକ୍ରମେ ଏଭଳି ବୈଠକ କରାଯାଇପାରେ।

ସୋମବାରର ବୈଠକରେ ମୁଖ୍ୟତଃ ଶିକ୍ଷା ମନ୍ତ୍ରଣାଳୟ, ସାମାଜିକ ନ୍ୟାୟ ଓ ଅଧିକାରିତା ମନ୍ତ୍ରଣାଳୟ ଏବଂ କୃଷି ମନ୍ତ୍ରଣାଳୟର କାର୍ଯ୍ୟକୁ ସମୀକ୍ଷା କରାଯିବ । ସରକାରଙ୍କ ଯୋଜନାଗୁଡ଼ିକ ଭୂମିସ୍ତରରେ କେତେ ଶୀଘ୍ର କାର୍ଯ୍ୟକାରୀ ହୋଇଛି ଏବଂ ମନ୍ତ୍ରୀମାନେ ନିଜ ଦାୟିତ୍ୱ କିପରି ତୁଲାଇଛନ୍ତି, ସେନେଇ ଆଲୋଚନା ହେବ। ମନ୍ତ୍ରୀମାନଙ୍କୁ ଦିଆଯାଇଥିବା ଦାୟିତ୍ୱ ଅନୁସାରେ ସେମାନଙ୍କ ପ୍ରଦର୍ଶନ କିପରି ରହିଛି, ତାହା ଉପରେ ଆଲୋଚନା ହେବ। ଆଗାମୀ ଦିନରେ ରାଜ୍ୟମନ୍ତ୍ରୀମାନଙ୍କ ଅନ୍ୟ ଗୋଷ୍ଠୀ ସହ ମଧ୍ୟ ଏଭଳି ବୈଠକ ହୋଇପାରେ। ବିଭିନ୍ନ ମନ୍ତ୍ରଣାଳୟର କାମର ସ୍ଥିତି ଓ ମନ୍ତ୍ରୀମାନଙ୍କ ପ୍ରଦର୍ଶନ ବୁଝିବା ଏହି ବୈଠକର ମୁଖ୍ୟ ଉଦ୍ଦେଶ୍ୟ ବୋଲି କୁହାଯାଉଛି। ମନ୍ତ୍ରୀଙ୍କ ପ୍ରଦର୍ଶନ ଉପରେ ଆଲୋଚନା ହେଉଥିବାରୁ ଏହି ବୈଠକଗୁଡ଼ିକୁ ସମ୍ଭାବ୍ୟ କ୍ୟାବିନେଟ୍ ପରିବର୍ତ୍ତନ ସହ ଯୋଡ଼ି ଦେଖାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା ମନ୍ତ୍ରିମଣ୍ଡଳ ଅଦଳବଦଳ ନେଇ କୌଣସି ଅଧିକାରିକ ସୂଚନା ନାହିଁ। ସରକାର ବିଭିନ୍ନ ମନ୍ତ୍ରଣାଳୟର ପ୍ରଦର୍ଶନ ଉପରେ ନଜର ରଖୁଥିବା ସମୟରେ ଏହି ସମୀକ୍ଷା ବୈଠକ ହେଉଛି। ତେଣୁ ବୈଠକରେ କେଉଁ ମନ୍ତ୍ରୀଙ୍କ କାର୍ଯ୍ୟକୁ ନେଇ କ’ଣ ଆଲୋଚନା ହେଉଛି ଏବଂ ଆଗାମୀ ବୈଠକଗୁଡ଼ିକର ରୂପରେଖା କ’ଣ ରହୁଛି, ତା’ ଉପରେ ନଜର ରହିବ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking