33.1 C
Bhubaneswar
Friday, October 2, 2026
Homeଓଡିଶା KBC ମଞ୍ଚରୁ ୧୨ ଲକ୍ଷ ଜିତିଲେ ସୋନାଲି ସେଶାଦ୍ରୀ

 KBC ମଞ୍ଚରୁ ୧୨ ଲକ୍ଷ ଜିତିଲେ ସୋନାଲି ସେଶାଦ୍ରୀ

ଉଦଳା : ଚର୍ଚ୍ଚିତ ଟିଭି ସୋ’ କୌନ ବନେଗା କରୋଡପତି ହଟ୍ ସିଟ୍‌ରେ ଓଡ଼ିଆ ଝିଅ । KBC ମଞ୍ଚରୁ ୧୨ ଲକ୍ଷ ଟଙ୍କା ଜିତିଛନ୍ତି ମୟୂରଭଞ୍ଜ ଖୁଣ୍ଟା ଅଞ୍ଚଳର ସୋନାଲି ସେଶାଦ୍ରୀ । ବିଗ୍‌ ବି ଅମିତାଭ ବଚ୍ଚନ ସୋନାଲିଙ୍କୁ ୧୬ଟି ପ୍ରଶ୍ନର ପଚାରିଥିଲେ । ସେଥିରୁ ସେ ୧୨ଟି ପ୍ରଶ୍ନର ସଠିକ ଉତ୍ତର ଦେଇଥିଲେ। ତେବେ ସେ ନିଜଆଡୁ ଆଗକୁ ଯିବାକୁ ମନା କରିଦେଇଥିଲେ। ସେଥିପାଇଁ କେବିସିରୁ ତାଙ୍କୁ ୧୨ ଲକ୍ଷ ଟଙ୍କା ମିଳିଛି । ସୋନାଲି ଡାକ ବିଭାଗରେ ଜିଡିଏସ  ବା ଗ୍ରାମୀଣ ଡାକ ସେବକ ଭାବେ କାର୍ଯ୍ୟ କରନ୍ତି। ପିଲାବେଳୁ କେବିସିରେ ଭାଗ ନେବାକୁ ସେ ସ୍ବପ୍ନ ଦେଖୁଥିଲେ। ଶେଷରେ ଏହା ପୂରା ହୋଇଥିବା କହିଛନ୍ତି ସୋନାଲି ।  ସ୍ବପ୍ନକୁ ପୂରଣ କରିବା ପାଇଁ ଧୈର୍ଯ୍ୟ ଏବଂ ଅଧ୍ୟବସାୟ ଯେ ଜରୁରୀ ତାହା କରି ଦେଖାଇଛନ୍ତି ସୋନାଲି। ସୋନାଲିଙ୍କ ଏପରି ସଫଳତା ପାଇଁ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking