29.1 C
Bhubaneswar
Friday, September 11, 2026
Homeଓଡିଶାୟୁନିଟ୍-୧ ହାଟ ନିକଟରେ ବିଏମ୍‌ସିର ଉଚ୍ଛେଦ: ହଟିଲା ଭେଣ୍ଡିଂ ଜୋନ୍‌

ୟୁନିଟ୍-୧ ହାଟ ନିକଟରେ ବିଏମ୍‌ସିର ଉଚ୍ଛେଦ: ହଟିଲା ଭେଣ୍ଡିଂ ଜୋନ୍‌

ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ୍-୧ ହାଟ ନିକଟରେ ବିଏମ୍‌ସି ପକ୍ଷରୁ ଉଚ୍ଛେଦ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ସରକାରୀ ଜାଗାରେ ଗଢ଼ିଉଠିଥିବା ଭେଣ୍ଡିଂ ଜୋନ୍‌କୁ ଜବରଦଖଲମୁକ୍ତ କରିଛି ବିଏମ୍‌ସି । ଆଜି ବିଏମ୍‌ସିର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଦୋକାନଗୁଡ଼ିକୁ ଉଚ୍ଛେଦ କରିଛି ।ବିଏମ୍‌ସିର ସୂଚନା ଅନୁସାରେ, ଏଠାରେ ବ୍ୟବସାୟ କରୁଥିବା ଦୋକାନୀମାନଙ୍କୁ ପୂର୍ବରୁ ଅନ୍ୟ ସ୍ଥାନରେ ଥଇଥାନ କରାଯାଇଥିଲା । ତେବେ ଥଇଥାନ ସ୍ଥାନକୁ ନଯାଇ କିଛି ଦୋକାନୀ ପୁଣିଥରେ ସରକାରୀ ଜାଗାରେ ବ୍ୟବସାୟ ଜାରି ରଖିଥିବା ବିଏମ୍‌ସି ଅଭିଯୋଗ କରିଛି ।ଏହାପରେ ଜବରଦଖଲ ହଟାଇବା ପାଇଁ ଆଜି ଉଚ୍ଛେଦ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି। ଉଚ୍ଛେଦ ସମୟରେ ବିଏମ୍‌ସି ଟିମ୍‌ ପକ୍ଷରୁ ଦୋକାନଗୁଡ଼ିକୁ ହଟାଯାଇଥିଲା।ଅନ୍ୟପଟେ, ଉଚ୍ଛେଦ ହୋଇଥିବା ଦୋକାନୀମାନଙ୍କ ଥଇଥାନ ପାଇଁ ବିଏମ୍‌ସି ପକ୍ଷରୁ ୫୩ଟି ନୂଆ ଭେଣ୍ଡିଂ ଜୋନ୍‌ ପ୍ରସ୍ତୁତ କରାଯାଇଛି। ଏହି ଭେଣ୍ଡିଂ ଜୋନ୍‌ରେ ଦୋକାନୀମାନଙ୍କୁ ବ୍ୟବସ୍ଥିତ ଭାବେ ଥଇଥାନ କରାଯିବ ବୋଲି ବିଏମ୍‌ସି ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking