31.1 C
Bhubaneswar
Wednesday, September 9, 2026
Homeଦେଶ ବିଦେଶଇରାନ ଉପରେ ଆମେରିକାର ଆକ୍ରମଣ: ୫ ତୈଳ ଟ୍ୟାଙ୍କର ଧ୍ବଂସ

ଇରାନ ଉପରେ ଆମେରିକାର ଆକ୍ରମଣ: ୫ ତୈଳ ଟ୍ୟାଙ୍କର ଧ୍ବଂସ

ନୂଆଦିଲ୍ଲୀ:  ଆମେରିକା ଓ ଇରାନ ମଧ୍ୟରେ ଲଗାତାର ଉତ୍ତେଜନା ଲାଗି ରହିଛି । ଏହାରି ଭିତରେ ଆମେରିକା ପୁଣିଥରେ ଇରାନ ଉପରେ ଆକ୍ରମଣକୁ ଜୋରଦାର କରିଛି । ଇରାନର ପାଞ୍ଚଟି ତୈଳ ଟ୍ୟାଙ୍କରକୁ ଟାର୍ଗେଟ୍ କରି ଧ୍ବଂସ କରିଦେଇଛି । ଆମେରିକା ସେଣ୍ଟ୍ରାଲ କମାଣ୍ଡ ବା ସେଣ୍ଟକମ୍ ତରଫରୁ ଏନେଇ ବଡ଼ ଦାବି କରାଯାଇଛି । ସେଣ୍ଟକମ୍ କହିଛି, ଦୁଇ ଦିନ ଧରି ଆମେରିକା ନୌସେନାର ଜାହାଜ ଉପରେ ଦୁଇ ଦୁଇଥର ବାଲିଷ୍ଟିକ ମିସାଇଲ୍ ଆକ୍ରମଣ କରିଥିଲା ଇରାନ। ସୌଭାଗ୍ୟବଶତଃ ଆକ୍ରମଣରେ ଆମେରିକାର କୌଣସି ସେନାକୁ କିଛି କ୍ଷତି ହୋଇନାହିଁ । ଇରାନର ଏହି ଦୁଇଟି ଆକ୍ରମଣ ବିଫଳ ହେବା ବରେ ଆମେରିକା ପ୍ରତିଆକ୍ରମଣ କରିଛି ।

ଓମାନରେ ଥିବା ଚାରୋଟି ତୈଳ ଟ୍ୟାଙ୍କରକୁ ଟାର୍ଗେଟ୍ କରିଥିଲା ଆମେରିକା । ଏଥିରେ ଏମଟି କାଭିଜ, ଏମଟି ଚାର୍ମିନାର, ଏମଟି ହୋରିଜନ୍ ଏବଂ ଏମଟି ରିସ୍କୋ । ସେହିପରି ପଞ୍ଚମ ତୈଳ ଟ୍ୟାଙ୍କର ଇରାନର ଖାର୍ଗ ଦ୍ବିପରେ ଥିବା ଏମଟି ଦେରିୟା। ଆକ୍ରମଣ ପୂର୍ବରୁ ଜାହାଜର କ୍ରୁ ସଦସ୍ୟଙ୍କୁ ବାହାରକୁ ଆସିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା । ଏହା ପରେ ଟ୍ୟାଙ୍କର ଉପରେ ଆକ୍ରମଣ କରାଯାଇଥିଲା। ଆକ୍ରମଣ ପରେ ଏସବୁ ଜାହାଜ ଏବେ ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି । ଧ୍ବଂସ ହୋଇଥିବା ତୈଳ ଟ୍ୟାଙ୍କରଗୁଡ଼ିକ ଇରାନର ସବୁଠାରୁ ବଡ଼ ତୈଳ ନେଟୱର୍କ ବୋଲି ସେଣ୍ଟକମ୍ ଦାବି କରିଛି। ଏହି ତୈଳ ଟ୍ୟାଙ୍କରରୁ ଇରାନ କୋଟି କୋଟି ଡଲାରର ଆୟ କରିଆସୁଛି । ଏହି ଅର୍ଥଦ୍ବାରା ଆଇଆରଜିସି ଏବଂ ତା’ର ସହଯୋଗୀ ସଂଗଠନକୁ ସହାୟତା ମିଳିଥାଏ। ସେଥିପାଇଁ ଆମେରିକା ଏସବୁ ଜାହାଜକୁ ଟାର୍ଗେଟ୍ କରିଥିବା କହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking