29.1 C
Bhubaneswar
Monday, September 7, 2026
Homeଓଡିଶାଉନ୍ନତ ଯନ୍ତ୍ରପାତି ବିତରଣ କାର୍ଯ୍ୟକ୍ରମ ମାଧ୍ୟମରେ ହସ୍ତଶିଳ୍ପୀଙ୍କ ଦକ୍ଷତାକୁ ନୂତନ ଶକ୍ତି

ଉନ୍ନତ ଯନ୍ତ୍ରପାତି ବିତରଣ କାର୍ଯ୍ୟକ୍ରମ ମାଧ୍ୟମରେ ହସ୍ତଶିଳ୍ପୀଙ୍କ ଦକ୍ଷତାକୁ ନୂତନ ଶକ୍ତି

ଭୁବନେଶ୍ବର / ଖୋର୍ଦ୍ଧା: ଓଡ଼ିଶାର ପାରମ୍ପରିକ ହସ୍ତଶିଳ୍ପକୁ ଆଧୁନିକ ବଜାର ସହିତ ଯୋଡ଼ିବା ଏବଂ ହସ୍ତଶିଳ୍ପୀଙ୍କ ଉତ୍ପାଦନକ୍ଷମତା ଓ ଆୟ ବୃଦ୍ଧି କରିବା ଲକ୍ଷ୍ୟରେ ଉନ୍ନତ ଉପକରଣ କିଟ୍ ବଣ୍ଟନ କାର୍ଯ୍ୟକ୍ରମ ଖୋର୍ଦ୍ଧା ଜିଲ୍ଲାର ବନମାଳୀପୁର ଅନ୍ତର୍ଗତ ଭାକରସାହିଠାରେ ତା. ୦୭.୦୯.୨୦୨୬ (ସୋମବାର) ଦିନ ଆୟୋଜନ କରାଯାଇଛି। ଓଡ଼ିଶା ରାଜ୍ୟ ସମବାୟ ହସ୍ତଶିଳ୍ପ ନିଗମ ଲିମିଟେଡ୍‌ (ଉତ୍କଳିକା) ୧୯୫୯ ମସିହାଠାରୁ ରାଜ୍ୟର ହସ୍ତଶିଳ୍ପୀମାନଙ୍କ କଲ୍ୟାଣ ଓ ବିକାଶ ପାଇଁ କାର୍ଯ୍ୟ କରିଆସୁଛି। ହସ୍ତଶିଳ୍ପୀଙ୍କୁ ବଜାର ସୁବିଧା, ବିକ୍ରୟ ବ୍ୟବସ୍ଥା, କଞ୍ଚାମାଲ ଯୋଗାଣ ଏବଂ ଆଗୁଆ-ପଛୁଆ ସଂଯୋଗ (Forward & Backward Linkage) ପ୍ରଦାନ କରିବା ସହିତ ଓଡ଼ିଶାର କଳା ଓ ହସ୍ତଶିଳ୍ପର ଗୌରବକୁ ଅକ୍ଷୁଣ୍ଣ ରଖିବା ଦିଗରେ ନିଗମର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ଉଦ୍ଦେଶ୍ୟରେ ୨୦୨୪-୨୫ ଏବଂ ୨୦୨୫-୨୬ ଆର୍ଥିକ ବର୍ଷରେ ବିକାଶ ଆୟୁକ୍ତ (ହସ୍ତଶିଳ୍ପ), ବସ୍ତ୍ର ମନ୍ତ୍ରଣାଳୟ, ଭାରତ ସରକାର, ନୂଆଦିଲ୍ଲୀଙ୍କ ଠାରୁ ଓଡ଼ିଶାର ୧୨ଟି ଜିଲ୍ଲାରେ ୭ଟି ଭିନ୍ନ ଭିନ୍ନ ହସ୍ତଶିଳ୍ପ ପାଇଁ ୧,୨୦୦ଟି ଉନ୍ନତ ଉପକରଣ କିଟ୍ ବଣ୍ଟନ ପାଇଁ ଅନୁମୋଦନ ମିଳିଛି।

ଏହି ଯୋଜନାରେ ଚାନ୍ଦୁଆ, କାଠ, ପଥର, ଶିଙ୍ଗ, ଲୌହ, ମୃତ୍ତିକା ଓ ପିତଳ ଧାତୁ ଶିଳ୍ପ ସମେତ ୭ଟି ହସ୍ତଶିଳ୍ପ କ୍ଷେତ୍ରର ଶିଳ୍ପୀମାନେ ଉପକୃତ ହେବେ।
ଆଜିର ସମାରୋହରେ ଖୋର୍ଦ୍ଧା ଜିଲ୍ଲାର ବନମାଳୀପୁର ଅନ୍ତର୍ଗତ ଭାକରସାହିଠାରେ ୧୫୦ ଜଣ ଆପ୍ଲିକ୍ କ୍ରାଫ୍ଟ ହସ୍ତଶିଳ୍ପୀଙ୍କୁ ଉନ୍ନତ ଉପକରଣ କିଟ୍ ପ୍ରଦାନ କରାଗଲା । ଆପ୍ଲିକ୍ କ୍ରାଫ୍ଟ (ଚାନ୍ଦୁଆ କାମ) ଓଡ଼ିଶାର ଏକ ସ୍ୱତନ୍ତ୍ର ଓ ପ୍ରସିଦ୍ଧ ହସ୍ତଶିଳ୍ପ ପରମ୍ପରା । ପ୍ରସିଦ୍ଧ ଆପ୍ଲିକ୍ କ୍ରାଫ୍ଟକୁ ଭୌଗୋଳିକ ସଙ୍କେତ (G.I. Tag) ମାନ୍ୟତା ପ୍ରାପ୍ତ ହୋଇଛି । ଏହା ଓଡ଼ିଶାର ଗର୍ବ ଏବଂ ଏହାର ପ୍ରାମାଣିକତା ଓ ସ୍ୱତନ୍ତ୍ରତାକୁ ସୁରକ୍ଷିତ କରୁଛି। ଏହି କଳାକୁ ଜୀବନ୍ତ ରଖିବା ସହିତ ଏହାକୁ ଆଧୁନିକ ବଜାର ସହିତ ଯୋଡ଼ିବା ଆମ ସମସ୍ତଙ୍କର ଦାୟିତ୍ୱ । ଉନ୍ନତ କିଟ୍ ଯୋଗାଣ ଦ୍ୱାରା ଶିଳ୍ପୀମାନଙ୍କର କାର୍ଯ୍ୟଦକ୍ଷତା, ଉତ୍ପାଦନକ୍ଷମତା, ଉତ୍ପାଦର ଗୁଣବତ୍ତା ଓ ନିଖୁଣତା ବୃଦ୍ଧି ପାଇବ। ଏହାଫଳରେ ଶିଳ୍ପୀମାନେ କମ୍ ସମୟରେ ଅଧିକ ଓ ଉନ୍ନତମାନର ଉତ୍ପାଦ ପ୍ରସ୍ତୁତ କରି ଆଧୁନିକ ବଜାରର ଚାହିଦା ପୂରଣ କରିପାରିବେ। ଉତ୍କଳିକାର ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ କେବଳ ଉପକରଣ ପ୍ରଦାନ ନୁହେଁ; ବରଂ ହସ୍ତଶିଳ୍ପୀଙ୍କ ଦକ୍ଷତାକୁ ସଶକ୍ତ କରିବା, ବଜାର ସୁଯୋଗ ବଢ଼ାଇବା ଏବଂ ସେମାନଙ୍କ ଆୟ ଓ ଜୀବନଜୀବିକାକୁ ଅଧିକ ସୁଦୃଢ଼ କରିବା ଅଟେ।

ଅବଶିଷ୍ଟ ଅନୁମୋଦିତ ଉପକରଣ କିଟ୍‌ଗୁଡ଼ିକ ଚଳିତ ଆର୍ଥିକ ବର୍ଷ ମଧ୍ୟରେ ପର୍ଯ୍ୟାୟକ୍ରମେ ବଣ୍ଟନ କରାଯିବ। ଦକ୍ଷ ହାତ ହେଉଛି ହସ୍ତଶିଳ୍ପର ଶକ୍ତି, ଆଧୁନିକ ଉପକରଣ ସେହି ଶକ୍ତିକୁ ନୂତନ ସଫଳତା ପ୍ରଦାନ କରିବ ବୋଲି ମାନନୀୟ ମନ୍ତ୍ରୀ, ସମବାୟ, ହସ୍ତତନ୍ତ ବୟନ ଓ ହସ୍ତଶିଳ୍ପ ବିଭାଗ ଶ୍ରୀ ପ୍ରଦିପ ବଳ ସାମନ୍ତ ପ୍ରକାଶ କରିଥିଲେ । ଏହି କାର୍ଯ୍ୟକ୍ରମରେ ସଭାପତି ଉତ୍କଳିକା ଦେବସ୍ମିତା ସାହୁ , ଉପସଭାପତି ,ଉତ୍କଳିକା ଶ୍ରୀ ପ୍ରଶାନ୍ତ କୁମାର ମହାପାତ୍ର , ଅତିରିକ୍ତ ସଚିବ ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ବିଭାଗ ତଥା ପରିଚାଳନା ନିର୍ଦ୍ଦେଶିକା, ଉତ୍କଳିକା ଶ୍ରୀମତୀ ଚିନ୍ମୟୀ ବିଶ୍ଵାଳ , ଉପନିର୍ଦ୍ଦେଶକ , ହସ୍ତଶିଳ୍ପ ସନ୍ତୋଷ କୁମାର ମହାନ୍ତି , ଉପ ଶାସନସଚିବ ହସ୍ତତନ୍ତ, ବୟନ, ହସ୍ତଶିଳ୍ପ ବିଭାଗ ତଥା ସାଧାରଣ ପରିଚାଳକ ଉତ୍କଳିକା ଶେଷଦେବ ଖଟୁଆ , ସହକାରୀ ନିର୍ଦ୍ଦେଶକ ହସ୍ତଶିଳ୍ପ ,ବିକାଶ ଆୟୁକ୍ତ , ଭାରତ ସରକାର ଓଡିଶା ଭୁବନେଶ୍ବର ଭୁବନ ଭାସ୍କର ଆଦି ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking