ଭୁବନେଶ୍ୱର : ଜମୁଛି ମା’ଙ୍କ ଆରାଧନାର ପର୍ବ। ଗାଁରୁ ସହର ସବୁଠି ପୂଜାର ଉତ୍ସାହ। ମାଆଙ୍କ ଆଗମନରେ ଭକ୍ତିମୟ ପରିବେଶ ସାଙ୍ଗକୁ ଶ୍ରଦ୍ଧାଳୁଙ୍କ ମନରେ ଅସୀମ ଉତ୍ସାହ। ଆଜି ଶକ୍ତିପୀଠରେ ନବମୀ ପୂଜା କରାଯାଉଥିବା ବେଳେ ମଣ୍ଡପରେ ଅଷ୍ଟମୀ ପୂଜା କରାଯାଉଛି। ସ୍ବତନ୍ତ୍ର ନୀତିକାନ୍ତିରେ ଚାଲିଛି ମା’ଙ୍କ ପୂଜାର୍ଚ୍ଚନା। ମା’ ଦୁର୍ଗାଙ୍କ ପୂଜା ପାଇଁ ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ। ଆକର୍ଷଣୀୟ ସାଜସଜ୍ଜାରେ ଝଲସୁଛି ପୁରା ପରିବେଶ। ମାଆଙ୍କ ଆରାଧନା ଓ ଆଶୀର୍ବାଦ ନେବା ପାଇଁ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଛି। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂଜା କମିଟି ଓ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।










