28.1 C
Bhubaneswar
Monday, October 19, 2026
Homeଓଡିଶାବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା !

ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା !

ରାଇରଙ୍ଗପୁର: ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା ସନ୍ଦେହ। ଅଭିଯୋଗ ଅନୁଯାୟୀ, ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ତଥା ହାଟବାଦଡା ଫାଣ୍ଡି ଅନ୍ତର୍ଗତ ହାଟବାଦଡା କଲୋନୀ ସାହିର ମିଶ୍ର ପୂର୍ତ୍ତୀ (୬୦) ରାତିରେ ଖାଇପିଇ ଶୋଇଥିଲେ । ତେବେ ଆଜି ସକାଳୁ ସେ ଘର ଭିତରୁ ନ ବାହାରିବାରୁ ସନ୍ଦେହ କରି ଘର ଭିତରକୁ ପଶିଥିଲେ।ରକ୍ତାକ୍ତ ଅବସ୍ଥାରେ ଖଟ ଉପରେ ଥିବା ତାଙ୍କୁ ଦେଖିବାକୁ ପାଇଥିଲେ ପରିବାର ଲୋକେ । ଏନେଇ ପରିବାର ଲୋକେ ହାଟବାଦଡା ଫାଣ୍ଡିରେ ଖବର ଦେବା ପରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଜାରି ରଖିଛି। ତେବେ ଏହା ହତ୍ୟା ନା କଣ ସେ ନେଇ ପରବର୍ତ୍ତୀ ସମୟରେ ଜଣା ପଡିବ ବୋଲି ପୁଲିସ କହିଛି। ତେବେ ପରିବାର ଲୋକେ ହତ୍ୟା ହୋଇଥିବା ଅଭିଯୋଗ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking