31.1 C
Bhubaneswar
Thursday, October 15, 2026
Homeଓଡିଶାଛାତ୍ର ସଂସଦ ନିର୍ବାଚନ: ବାଲୁଗାଁ କଲେଜରେ ଏବିଭିପି ବିଜୟୀ

ଛାତ୍ର ସଂସଦ ନିର୍ବାଚନ: ବାଲୁଗାଁ କଲେଜରେ ଏବିଭିପି ବିଜୟୀ

ଭୁବନେଶ୍ୱର : ଉଚ୍ଚଶିକ୍ଷା ବିଭାଗ ଅଧୀନ ସରକାରୀ ବିଶ୍ବବିଦ୍ୟାଳୟ, ସ୍ବୟଂଶାସିତ ମହାବିଦ୍ୟାଳୟ ଓ ଅନୁଦାନପ୍ରାପ୍ତ ମହାବିଦ୍ୟାଳୟରେ ଗୁରୁବାର ଛାତ୍ର ସଂସଦ ନିର୍ବାଚନ ଅନୁଷ୍ଠିତ ହୋଇଛି। ସକାଳ ୮ଟାରୁ ଅପରାହ୍ଣ ୨ଟା ପର୍ଯ୍ୟନ୍ତ ଲକ୍ଷାଧିକ ଛାତ୍ରଛାତ୍ରୀ ସେମାନଙ୍କ ନେତା ଚୟନ କରିଛନ୍ତି। ବାଲଟ୍‌ ପେପର ଓ ବାକ୍ସ ପ୍ରସ୍ତୁତ ସରିଥିବା ବେଳେ ସମସ୍ତ କ୍ୟାମ୍ପସ୍‌ରେ ବ୍ୟାପକ ପୁଲିସ ମୁତୟନ ହୋଇଥିଲେ। ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ରାଜେନ୍ଦ୍ର ବିଶ୍ବବିଦ୍ୟାଳୟର ନିର୍ବାଚନକୁ ବାତିଲ କରାଯାଇଛି। ତେଣୁ  ଚଳିତବର୍ଷ ୧୨ଟି ବିଶ୍ବବିଦ୍ୟାଳୟ ସମେତ ୩୪୬ଟି ମହାବିଦ୍ୟାଳୟକୁ ମିଶାଇ ମୋଟ ୩୫୮ଟି ଉଚ୍ଚ ଶିକ୍ଷାନୁଷ୍ଠାନରେ ପ୍ର‌ତ୍ୟକ୍ଷ ନିର୍ବାଚନ ପାଇଁ ମତଦାନ ହୋଇଥିଲା। ଏଥିରେ ୬,୮୯୧ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କଲେ ଛାତ୍ରଛାତ୍ରୀ।

କିଛି ଜାଗାରେ ସନ୍ଧ୍ୟା ସୁଦ୍ଧା ମତଦାନର ଫଳାଫଳ ପ୍ରକାଶ ପାଇସାରିଛି। ଫଳାଫଳ ଅନୁସାରେ, ବାଲୁଗାଁ କଲେଜରେ ଏବିଭିପିର ବାଜିମାତ। ପୂଜା ଦେହୁରୀ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ଅନ୍ୟ ସମସ୍ତ ପଦବୀର ପ୍ରାର୍ଥୀ ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ସେହିପରି ଝାରସୁଗୁଡା ପଞ୍ଚଗାଁ ମହିମା ମହାବିଦ୍ୟାଳୟରେ ଏବିଭିପିର ବିଜୟ ହୋଇଛି। ତାଳଚେର ନୀଳକଣ୍ଠେଶ୍ୱର ଡିଗ୍ରୀ ମହାବିଦ୍ୟାଳୟ ଏବିଭିପିର ବାଜିମାତ ହୋଇଛି । ଅନ୍ୟପଟେ ବ୍ରହ୍ମପୁର ବିଶ୍ୱ ବିଦ୍ୟାଳୟରେ ସଭାପତି ପଦ ସମେତ ଅନ୍ୟାନ୍ୟ ପଦରେ ଏବିଭିପିର ବିଜୟ ହୋଇଛି । ଗଙ୍ଗାଧର ମେହେର ବିଶ୍ୱ ବିଦ୍ୟାଳୟରେ ସଭାପତି ସମେତ ଅନ୍ୟ ପଦରେ ଏବିଭିପିର ବିଜୟ ହୋଇଛି। ଖୋର୍ଦ୍ଧା ଗୋଦାବରୀଶ ମହାବିଦ୍ୟାଳୟ, ବାଣପୁରରେ ସଭାପତି ସମେତ ଅନ୍ୟ ପଦରେ ଏବିଭିପିର ବିଜୟ ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking