29.1 C
Bhubaneswar
Wednesday, October 14, 2026
Homeଓଡିଶାଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ପ୍ରିନ୍ସପାଲଙ୍କୁ ହତ୍ୟା ଧମକ

ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ପ୍ରିନ୍ସପାଲଙ୍କୁ ହତ୍ୟା ଧମକ

ସୁବର୍ଣ୍ଣପୁର: ଛାତ୍ର ସଂସଦ ନିର୍ବାଚନ ପୂର୍ବରୁ ପ୍ରିନ୍ସପାଲଙ୍କୁ ହତ୍ୟା ଧମକ। କଲେଜ୍ ଗେଟ୍ ଫାଟକରେ ଲାଗିଲା ପୋଷ୍ଟର। ଗତକାଲି ରାତିରେ ସୁବର୍ଣ୍ଣପୁର ବିନିକା ସ୍ଥିତ ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟ ଗେଟ୍‌ରେ ଏକ ଧଳା କପଡାରେ ଧମକପୂର୍ଣ୍ଣ ଲେଖା। ପ୍ରିନ୍ସପାଲ ଏକ ନିର୍ଦିଷ୍ଟ ଦଳକୁ ସମର୍ଥନ ଦେଉଛନ୍ତି ତେଣୁ ହତ୍ୟା ଧମକ ଦିଆଯାଇଛି l କପଡାରେ ସ୍ପଷ୍ଟ ଭାବରେ ଲେଖା ଯାଇଛି ପ୍ରିନ୍ସପାଲ ଛାତ୍ରୀ ନିର୍ବାଚନରେ ଏକ ନିର୍ଦ୍ଧିଷ୍ଟ ଦଳକୁ ସମର୍ଥନ କରୁଛ l ଏଣୁ ତୁମେ ଛାତ୍ର ସଂସଦ ନିର୍ବାଚନରୁ ଦୁରେଇ ରୁହ ନହେଲେ ତୁମକୁ ହତ୍ୟା କରାଯିବ ବୋଲି ଏକ ଧଳା କପଡାରେ ଲେଖାଯାଇ ଗେଟରେ ଲଗାଯାଇଛି l ତେବେ କେଉଁ ଦଳକୁ ପ୍ରିନ୍ସପାଲ ସମର୍ଥନ କରୁଛନ୍ତି ଓ କିଏ ଏହି ପୋଷ୍ଟର ମାରିଛି ତାହା ଜଣାପଡିନାହିଁ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking