27.1 C
Bhubaneswar
Thursday, September 24, 2026
Homeଓଡିଶାବିରୋଧୀଙ୍କ ଏଜେଣ୍ଡା ଓଡ଼ିଶାର ସ୍ୱାର୍ଥ ନୁହେଁ, ଦଳୀୟ ସ୍ୱାର୍ଥ: ସନ୍ତୋଷ ଖଟୁଆ

ବିରୋଧୀଙ୍କ ଏଜେଣ୍ଡା ଓଡ଼ିଶାର ସ୍ୱାର୍ଥ ନୁହେଁ, ଦଳୀୟ ସ୍ୱାର୍ଥ: ସନ୍ତୋଷ ଖଟୁଆ

ଭୁବନେଶ୍ବର: ଏମଏମଡିଆର ଆଇନକୁ ନେଇ ବିଧାନସଭାରେ ତୀବ୍ର ହୋଇଛି ରାଜନୈତିକ ବିତର୍କ। ଏହି ପ୍ରସଙ୍ଗରେ ବିରୋଧୀ ଦଳ କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ କରିଛନ୍ତି ଶାସକ ଦଳର ବିଧାୟକ ସନ୍ତୋଷ ଖଟୁଆ । ବିରୋଧୀଙ୍କ ଏଜେଣ୍ଡା ଓଡ଼ିଶାର ସ୍ୱାର୍ଥ ନୁହେଁ, ବରଂ ଦଳୀୟ ସ୍ୱାର୍ଥ ବୋଲି ସେ ଅଭିଯୋଗ କରିଛନ୍ତି । ସନ୍ତୋଷ ଖଟୁଆ କହିଛନ୍ତି, ବିଧାନସଭା ଭିତରେ ଯଦି କୌଣସି ତ୍ରୁଟି, ବିଚ୍ୟୁତି କିମ୍ବା ନୀତିଗତ ପ୍ରସଙ୍ଗ ରହିଛି, ତେବେ ତାହାକୁ ସଭାଗୃହରେ ଆଲୋଚନା କରାଯିବା ଉଚିତ । କିନ୍ତୁ ବିରୋଧୀ ଦଳ ଆଲୋଚନାରେ ଭାଗ ନନେଇ ପ୍ରତିଦିନ ନୂଆ ନୂଆ ପ୍ରସଙ୍ଗ ଉଠାଉଥିବା ସେ ଅଭିଯୋଗ କରିଛନ୍ତି ।

ଖଣିଜ ସମ୍ପଦର ବିକାଶ ଓ ନିୟନ୍ତ୍ରଣ ପାଇଁ Mines and Minerals (Development and Regulation) Act, 1957 ଏକ କେନ୍ଦ୍ରୀୟ ଆଇନ । ତେବେ ଏହି ଆଇନରେ ସମୟକ୍ରମେ ଏକାଧିକ ସଂଶୋଧନ ହୋଇଛି । ୨୦୧୦ର ସଂଶୋଧନରେ ବିଶେଷକରି କୋଇଲା ଓ ଲିଗ୍ନାଇଟ୍ ସମ୍ପର୍କିତ ଖଣିଜ କନସେସନ୍ ପ୍ରକ୍ରିୟା ପାଇଁ Section 11A ଯୋଡ଼ାଯାଇଥିଲା । ଅନ୍ୟପଟେ, ୨୦୧୫ର MMDR ସଂଶୋଧନ ଖଣିଜ କନସେସନ୍ ପ୍ରଦାନରେ auction ବ୍ୟବସ୍ଥାକୁ ବ୍ୟାପକ ଭାବେ ଆଣିଥିଲା ।

କେନ୍ଦ୍ର ସରକାରଙ୍କ ଅନୁସାରେ ଏହାର ଉଦ୍ଦେଶ୍ୟ ଥିଲା ଅଧିକ ସ୍ୱଚ୍ଛତା ଆଣିବା ଏବଂ ଖଣି ବଣ୍ଟନରେ discretion କମାଇବା। ଏହି ସଂଶୋଧନରେ District Mineral Foundation ଓ National Mineral Exploration Trust ଭଳି ବ୍ୟବସ୍ଥା ମଧ୍ୟ ଆସିଥିଲା। ବିଧାୟକ ସନ୍ତୋଷ ଖଟୁଆ ଅଭିଯୋଗ କରିଛନ୍ତି ଯେ ପୂର୍ବରୁ ଖଣି ଆଲୋକେସନ୍ ପ୍ରକ୍ରିୟାରେ ଦିଆଯାଉଥିଲା ଏବଂ ବର୍ତ୍ତମାନ auction ବ୍ୟବସ୍ଥା ଦ୍ୱାରା ଅଧିକ ସ୍ୱଚ୍ଛତା ଆସିଛି । ଏହାକୁ ନେଇ ସେ ପୂର୍ବତନ ସରକାରଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking