ନୂଆଦିଲ୍ଲୀ: ଏସିଆନ୍ ଗେମ୍ସ ୨୦୨୬ର ପୁରୁଷ ହକି ସେମିଫାଇନାଲ ମ୍ୟାଚରେ ଭାରତର ରୋମାଞ୍ଚକର ବିଜୟ । ପାକିସ୍ତାନକୁ ହରାଇ ଭାରତ ଫାଇନାଲ୍ରେ ପ୍ରବେଶ କରିଛି । ସେମିଫାଇନାଲ୍ରେ ପାକିସ୍ତାନକୁ ୪-୩ ଗୋଲ୍ରେ ପରାସ୍ତ କରିଛି ହରମନପ୍ରୀତଙ୍କ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ । ରୋମାଞ୍ଚକର ମୁକାବିଲାର ଶେଷ ମୁହୂର୍ତ୍ତରେ ଅଭିଷେକଙ୍କ ଗୋଲ୍ ଭାରତର ବିଜୟ ନିଶ୍ଚିତ କରିଥିଲା । ଫାଇନାଲ୍ରେ ଭାରତୀୟ ଦଳ ଶେଷ ପର୍ଯ୍ୟନ୍ତ ଲଢ଼େଇ ଜାରି ରଖିଥିଲା । ପ୍ରଥମାର୍ଦ୍ଧରେ ଭାରତ ଭଲ ଆରମ୍ଭ କରିଥିଲା । ହେଲେ ଦ୍ୱିତୀୟାର୍ଦ୍ଧରେ ପାକିସ୍ତାନ କମବ୍ୟାକ୍ କରିଥିଲା । 59ତମ ମିନିଟ ପର୍ଯ୍ୟନ୍ତ ସ୍କୋର୍ 3-3ରେ ବରାବର ଥିଲା । ମ୍ୟାଚର ଶେଷ ମୁହୁର୍ତ୍ତରେ ଅର୍ଥାତ 60ତମ ମିନିଟରେ ଅଭିଷେକ ଗୋଲ୍ କରି ଭାରତକୁ ବିଜୟ ଦେଇଥିଲେ । ଏବେ ଫାଇନାଲ୍ରେ ଭାରତର ସାମ୍ନା କାହା ସହ ହେବ, ତାହା ଅନ୍ୟ ସେମିଫାଇନାଲ୍ର ଫଳାଫଳ ପରେ ସ୍ପଷ୍ଟ ହେବ । ଦ୍ୱିତୀୟ ସେମିଫାଇନାଲ୍ରେ ମାଲେସିଆ ଓ ଦକ୍ଷିଣ କୋରିଆ ମୁହାଁମୁହିଁ ହେବେ। ଏହି ମ୍ୟାଚ୍ର ବିଜେତା ଅକ୍ଟୋବର ୩ରେ ହେବାକୁ ଥିବା ଗୋଲ୍ଡ ମେଡାଲ୍ ମ୍ୟାଚ୍ରେ ଭାରତ ସହ ଖେଳିବେ ।










