ନୂଆଦିଲ୍ଲୀ : ସ୍ମୀତ ମଚ୍ଛାର, ଏବେ ସବୁଠି ଏହି ନାଁକୁ ନେଇ ଚର୍ଚ୍ଚା। ଏହି ସାହସୀ ଭାରତୀୟ ପାଇଲଟ ବଞ୍ଚାଇଛନ୍ତି ୧୮୦ ଯାତ୍ରୀଙ୍କ ଜୀବନ। ଫଳରେ ଟଳିଯାଇଛି ୯/୧୧ ଭଳି ଦ୍ବିତୀୟ ଆତଙ୍କବାଦୀ ଆକ୍ରମଣ। ପ୍ରସଂଶା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ଦୁବାଇରୁ ଇସ୍ରାଏଲର ତେଲ୍ ଆଭିଭ୍ ଅଭିମୁଖେ ଯାଉଥିବା ‘ଫ୍ଲାଏଦୁବାଇ’ର ଏକ ଯାତ୍ରୀବାହୀ ବିମାନରେ ମଝି ଆକାଶରେ ବିମାନକୁ କ୍ରାସ କରିବାକୁ ଯୋଜନା କରାଯାଇଥିଲା ।
ବିମାନର କ୍ୟାପ୍ଟେନ୍ ଥିବା ଜଣେ ଭାରତୀୟ ପାଇଲଟ୍ କୋ-ପାଇଲଟ୍ଙ୍କ ବିରୁଦ୍ଧରେ ଲଢ଼ିଥିଲେ, ଯିଏ ବିମାନକୁ କ୍ରାସ୍ କରାଇବାକୁ ଚେଷ୍ଟା କରୁଥିଲେ। ଆତଙ୍କୀ ପାଇଲଟଙ୍କ ସହ ଲଢି ବିମାନକୁ ଦୁର୍ଘଟଣାକୁ ରକ୍ଷା କରିଥିଲେ ଭାରତୀୟ ପାଇଲଟ ସ୍ମିତ ମଚ୍ଛାର। ଗୁଜରାଟର ସେହି ସାହସୀ ଭାରତୀୟ ପାଇଲଟଙ୍କୁ ଭୁରି ଭୁରି ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। କହିଲେ, ସ୍ମିତ ମଚ୍ଛାର ହେଉଛନ୍ତି ପ୍ରକୃତ ହିରୋ। ୯/୧୧ ଭଳି ଦ୍ବିତୀୟ ଆତଙ୍କବାଦୀ ଆକ୍ରମଣକୁ ଟାଳିଦେଲେ ସ୍ମିତ। ତାଙ୍କ ପାଇଁ ଭାରତ ଗର୍ବିତ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଦୁବାଇରୁ ଇସ୍ରାଏଲ ଯାଉଥିବା ବିମାନକୁ କ୍ରାସ କରିବାକୁ ହୋଇଥିଲା ଯୋଜନା। Aସ୍ମୀତ ମଚ୍ଛାର, ଏବେ ସବୁଠି ଏହି ନାଁକୁ ନେଇ ଚର୍ଚ୍ଚା। ଏହି ସାହସୀ ଭାରତୀୟ ପାଇଲଟ ବଞ୍ଚାଇଛନ୍ତି ୧୮୦ ଯାତ୍ରୀଙ୍କ ଜୀବନ। ଫଳରେ ଟଳିଯାଇଛି ୯/୧୧ ଭଳି ଦ୍ବିତୀୟ ଆତଙ୍କବାଦୀ ଆକ୍ରମଣ।










