29.1 C
Bhubaneswar
Friday, September 25, 2026
Homeଓଡିଶାଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଶ୍ରବଣା ବିବେକ ଏମ

ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଶ୍ରବଣା ବିବେକ ଏମ

ଭୁବନେଶ୍ୱର : ଭୁବନେଶ୍ୱରର ନୂଆ ଡିସିପି ଭାବେ ଦାୟିତ୍ୱ ନେଲେ ଶ୍ରବଣା ବିବେକ ଏମ । ପୂର୍ବରୁ ଭୁବନେଶ୍ୱର ଡିସିପି ଥିଲେ ବରିଷ୍ଠ ଆଇପିଏସ ଅଧିକାରୀ ଜଗମୋହନ ମୀନା । ତାଙ୍କର ଇସ୍ତଫା ପରେ ୨୦୧୫ ବ୍ୟାଚର ଆଇପିଏସ ଅଧିକାରୀ ଶ୍ରବଣା ବିବେକ ଏମ ବର୍ତ୍ତମାନ ବିଧିବଦ୍ଧ ଭାବେ ଡିସିପି ଦାୟିତ୍ୱ ନେଇଛନ୍ତି । ତେବେ ଦାୟିତ୍ୱ ନେବା ପରେ ସେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି, ସମସ୍ତଙ୍କୁ ନେଇ ଗୋଟିଏ ଟିମ ହୋଇ କାମ କରିବାକୁ ପଡିବ । ସାଇବର ଅପରାଧ ଏକ ବଡ ଚ୍ୟାଲେଞ୍ଜ , ଲୋକେ ବହୁତ ଟଙ୍କା ହରାଉଛନ୍ତି । ସାଇବର ଅପରାଧ ରୋକିବାକୁ ଆହୁରି ସଶକ୍ତ ହେବାକୁ ପଡିବ । ସୂଚନାଥାଉକି, ଶ୍ରବଣା ବିବେକ ଏମ ପୂର୍ବରୁ ବ୍ରହ୍ମପୁର ଏସପି ଭାବେ କାର୍ଯ୍ୟ କରୁଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking