29.1 C
Bhubaneswar
Friday, September 25, 2026
Homeଓଡିଶା୧୨ ଘଣ୍ଟାରେ ଦୁର୍ବଳ ହେବ ଗଭୀର ଅବପାତ, ନୂଆପଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ !

୧୨ ଘଣ୍ଟାରେ ଦୁର୍ବଳ ହେବ ଗଭୀର ଅବପାତ, ନୂଆପଡ଼ାକୁ ଅରେଞ୍ଜ ୱାର୍ଣ୍ଣିଂ !

ଭୁବନେଶ୍ୱର : ଦକ୍ଷିଣ ଓଡ଼ିଶା ଉପରେ ସକ୍ରିୟ ରହିଛି ଗଭୀର ଅବପାତ। ଘଣ୍ଟାପ୍ରତି ୧୫ କିଲୋମିଟର ବେଗରେ ଉତ୍ତରରୁ ଉତ୍ତର-ପଶ୍ଚିମ ଦିଗରେ ଛତିଶଗଡ଼ ଆଡ଼କୁ ଗତି କରୁଛି । ଆଗାମୀ ୧୨ ଘଣ୍ଟା ମଧ୍ୟରେ ଏହା ଦୁର୍ବଳ ହୋଇ ଅବପାତରେ ପରିଣତ ହେବ ।ତେବେ ଅବପାତ ପ୍ରଭାବରେ ଦକ୍ଷିଣରୁ ଉତ୍ତର ଓଡ଼ିଶା ପର୍ଯ୍ୟନ୍ତ ବର୍ଷା ଜାରି ରହିଛି । ଆଜି ନୂଆପଡ଼ା ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସେହିପରି ୧୦ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।

ଲଗାଣ ବର୍ଷା ଯୋଗୁଁ ରାୟଗଡ଼ା ଜିଲ୍ଲା ଦେଇ ବୋହି ଯାଉଥିବା ଝଞ୍ଜାବତୀ ନଦୀର ଜଳସ୍ତର ବଢୁଛି । ଫଳରେ ଶିରିକଣା ଗାଁର ପ୍ରାୟ ୧୫ ଏକର ଚାଷ ଜମିରେ ପାଣି ପଶିଛି । ଚାଷ ହୋଇଥିବା କପା, ମାଣ୍ଡିଆ ଓ ଚିନାବାଦାମ ଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି ।ବର୍ଷା ଜାରି ରହିଥିବାରୁ ନଦୀର ଜଳସ୍ତର ଆହୁରି ବଢିବା ନେଇ ଚିନ୍ତା ବଢିଛି । ନଦୀ ପାଣି ଗାଁ ଭିତରକୁ ପଶିବା ଆଶଙ୍କାରେ ଲୋକେ ଭୟଭୀତ ଅଛନ୍ତି । ସ୍ଥାନୀୟ ବାସିନ୍ଦାଙ୍କ କହିବା କଥା, ୨୦୦୬ ମସିହା ପରେ ଏବେ ପୁଣି ଝଞ୍ଜାବତୀରେ ବନ୍ୟା ପାଣି ଆସିଛି । ବର୍ଷା ଆହୁରି ଜାରି ରହିଲେ କଟଲାଗୁଡା ବ୍ରିଜ୍‌ ଉପରେ ପାଣି ପ୍ରବାହିତ ହେବା ସହ ଶିରିକଣା ଗାଁରେ ପାଣି ପଶିବା ଆଶଙ୍କା ରହିଛି ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking