34.1 C
Bhubaneswar
Thursday, October 1, 2026
Homeଓଡିଶାଦଶହରା ପୂର୍ବରୁ ରାସ୍ତା ମରାମତି: ମନ୍ତ୍ରୀ

ଦଶହରା ପୂର୍ବରୁ ରାସ୍ତା ମରାମତି: ମନ୍ତ୍ରୀ

ଭୁବନେଶ୍ବର : ଓଡ଼ିଶାରେ ନିର୍ଦ୍ଧୁମ ବର୍ଷା ଦେଇ ପ୍ରତ୍ୟାବର୍ତ୍ତନ କରିବାକୁ ଯାଉଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ଏଣିକି ବର୍ଷା ହଜିଯିବ । ଅକ୍ଟୋବରରୁ ଡିସେମ୍ବର ଯାଏ ପ୍ରାୟ ରାଜ୍ୟରେ ବର୍ଷା ନାହିଁ । କିନ୍ତୁ ଲଗାତାର ବର୍ଷା ଯୋଗୁ ରାସ୍ତାଘାଟ ଯେପରି ଭାବରେ କ୍ଷତିଗ୍ରସ୍ତ ହୋଇଛି ସେସବୁ ମରାମତି ଅତ୍ୟନ୍ତ ଜରୁରୀ । ଏବେ ବର୍ଷା ଛାଡିଯାଇଥିବାରୁ ରାସ୍ତାଘାଟକୁ ସୁଧାରିବା କାମ ଜୋରଦାର ଆରମ୍ଭ ହେଉଥିବା କହିଛନ୍ତି ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଦୁର୍ଗାପୂଜା ପୂର୍ବରୁ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଦୁର୍ଗପୂଜା ୧୬ ତାରିଖରେ ଆରମ୍ଭ ହେଉଥିବାରୁ ତା ପୂର୍ବରୁ ଖାଲଖମା ରାସ୍ତା ଚକାଚକ ହୋଇଯିବାର ପ୍ରତିଶୃତି ଦେଇଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ।ଚଳିତ ବର୍ଷ ପ୍ରବଳ ବର୍ଷା ଯୋଗୁଁ ରାଜଧାନୀ ସମେତ ବିଭିନ୍ନ ସ୍ଥାନରେ ରାସ୍ତା କ୍ଷତିଗ୍ରସ୍ତ ହୋଇଛି। ବର୍ଷା ସମୟରେ କାମ କରିବାରେ ସମସ୍ୟା ଥିବାରୁ ମରାମତି କାର୍ଯ୍ୟ ପ୍ରଭାବିତ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking