୨୦୨୪ ମସିହାରେ ଅନୁଷ୍ଠିତ ୧୭ତମ ବିଧାନସଭା ନିର୍ବାଚନ ରେ ବୌଦ୍ଧ ବିଧାୟକ ତଥା ସରକାରୀ ଦଳ ମୁଖ୍ୟ ସଚେତକ ନିର୍ବାଚନ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ନେଇ ପୁର୍ବତନ ବାଚସ୍ପତି ଶ୍ରୀଯୁକ୍ତ ପ୍ରଦୀପ କୁମାର ଅମାତ ମାନ୍ୟବର ବୌଦ୍ଧ ଏସ୍ଡ଼ିଜେଏମ ଙ୍କ ଅଦାଲତରେ ଏକ ମାମଲା ଦାୟର କରିଥିଲେ l ମାନ୍ୟବର ଅଦାଲତ ଏହି ମାମଲାକୁ ବିଚାରକୁ ନେଇ କେସ ନମ୍ବର 1.C. C.-02/2025ରେ ମାମଲା ପଞ୍ଜିକରଣ କରିଥିଲେ l ଉପରୋକ୍ତ ମାମଲାରେ ମାନ୍ୟବର ଅଦାଲତ ମୁଦାଲା ସରୋଜ କୁମାର ପ୍ରଧାନ ଙ୍କୁ ଉପସ୍ଥିତ ହୋଇ ତାଙ୍କ ପକ୍ଷ ରଖିବା ପାଇଁ ନୋଟିସ କରିଥିଲେ l ଏହି ଆଦେଶ କୁ ଭିତ୍ତି କରି ବିଧାୟକ ସରୋଜ କୁମାର ପ୍ରଧାନ ଓଡିଶା ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ l ହାଇକୋର୍ଟ ତାଙ୍କୁ ୧୨ସପ୍ତାହର ମହଲତ ଦେଇଥିଲେ l ଏହି ବାର ସପ୍ତାହର ସମୟସୀମା ସାରିବାପରେ ମଧ୍ୟ ବିଧାୟକ ସରୋଜ କୁମାର ପ୍ରଧାନ ମାନ୍ୟବର ଏସ୍ଡ଼ିଜେମଙ୍କ ନିକଟରେ ବାରମ୍ବାର ସମୟନେଇ ହାଜର ନହେବା ଯୋଗୁଁ ଚଳିତ ତା ୨୫/୦୯/୨0୨୬ରିଖ ଦିନ ଉକ୍ତ ଅଦାଲତ ତାଙ୍କ ବିପକ୍ଷରେ ଗିରଫ ପରୱାନା ଜାରିକରିଛନ୍ତି l










