ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଶୋକର ଛାୟା । ଆଖି ବୁଜିଲା ମହାବଳ ବାଘ ସେଫ । ୧୬ ବର୍ଷ ବୟସରେ ଜୀବନ ଯୁଦ୍ଧରେ ହାରିଗଲା ବାଘ । ବାର୍ଦ୍ଧକ୍ୟଜନିତ ଅସ୍ଥିରତା ଯୋଗୁଁ ଗତ ଅକ୍ଟୋବର ମାସରୁ ଚାସିଥିଲା ତାର ଚିକିତ୍ସା । ହେଲେ ଶେଷରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ନନ୍ଦନକାନନରେ ବାଘ ବଂଶବୃଦ୍ଧିରେ ମଧ୍ୟ ରହିଥିଲା ସେଫର ଗୁରୁତ୍ୱପୂର୍ଣ୍ଣ ଅବଦାନ । ବୟସ ବଢିବା ସହ ଦୁର୍ବଳ ହୋଇପଡିଥିଲା । ଏଥିପାଇଁ ତାକୁ ଖାଦ୍ୟ ଭାବେ ଅଣ୍ଡା ଦିଆଯାଉଥିଲା । ଗତ ଦୁଇ ଦିନ ହେବ ସେ ଖାଇବା ପିଇବା ସମ୍ପୁର୍ଣ୍ଣ ବନ୍ଦ କରିଦେଇଥିଲା । ଧୀରେ ଧୀରେ ଅତ୍ୟନ୍ତ ଦୁର୍ବଳ ହୋଇ ପଡିଥିଲା । ପ୍ରାଣୀ ଚିକିତ୍ସାମାନେ ତାକୁ ଆଣ୍ଟି -ଷ୍ଟ୍ରେସ ଔଷଧ , ଭିଟାମିନ ଓ ସାଲାଇନ ଦେଇ ଚିକିତ୍ସା କରୁଥିଲେ । କିନ୍ତୁ ସମସ୍ତ ଚେଷ୍ଟା ସତ୍ତତ୍ତ୍ୱେ ସେଫର ଜୀବନ ବଞ୍ଜାଇବା ସମ୍ଭବ ହୋଇନଥିଲା । ମୃତ୍ୟୁ ପରେ ତାର ଶବ ବ୍ୟବଚ୍ଛେଦ କରାଯାଇ ଅନ୍ତିମ ସଂସ୍କାର କରାଯାଇଛି ।










