27.1 C
Bhubaneswar
Monday, September 28, 2026
Homeଓଡିଶାକଂଗ୍ରେସ ଭୟରେ ବିଧାନସଭା ବନ୍ଦ କଲେ ସରକାର

କଂଗ୍ରେସ ଭୟରେ ବିଧାନସଭା ବନ୍ଦ କଲେ ସରକାର

ଏମଏମଡିଆର ସଂଶୋଧିତ ଅଧିନିୟମ ରଦ୍ଦ ଦାବିରେ କଂଗ୍ରେସ ନେତୃତ୍ବରେ ଇଣ୍ଡିଆ ବ୍ଲକ୍‌ର ସମସ୍ତ ସହଯୋଗୀ ଦଳମାନେ ୨୯ ତାରିଖ ମଙ୍ଗଳବାର ବିଧାନସଭା ଘେରାଉ କରିବେ ବୋଲି ଘୋଷଣା କରିଥିଲେ। ତେବେ ଏହାକୁ ଭଣ୍ଡୁର କରିବା ପାଇଁ ରାଜ୍ୟର ବିଜେପି ସରକାର ସୋମବାର ରାତିରେ ବିଧାନସଭାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରିଛନ୍ତି। ତେବେ ସରକାର ଯଦି ଭାବୁଥା’ନ୍ତି ଏହାଦ୍ବାରା ଡବଲ-ଇଂଜିନ ସରକାର ରକ୍ଷା ପାଇଯିବେ ତାହା ବଡ଼ ଭୁଲ ହେବ ବୋଲି ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ପ୍ରେସ୍ ବିବୃତିରେ କରହିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ରାଜ୍ୟର କୋଣ ଅନୁକୋଣରୁ ହଜାରହଜାର ସଂଖ୍ୟାରେ ନେତା ଓ କର୍ମୀ ଭୁବନେଶ୍ବର ଆସି ମଙ୍ଗଳବାର ପୂର୍ବାହ୍ନ ୧୧ଟାରେ ‘ପରିବର୍ତ୍ତନ ରାଲି’ରେ ଭାଗ ନେଇ ଏମଏମଡିଆର ସଂଶୋଧନ ପ୍ରତ୍ୟାହାର, ସିଇସି ଜ୍ଞାନେଶ କୁମାରଙ୍କ ବହିଷ୍କାର ଓ ଗିରଫଦାରି ସହ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରିବେ ଓ ବିଧାନସଭା ବଦଳରେ ଲୋୟର ପିଏମ୍‌ଜିଠାରେ ଥିବା ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରାଉ କରିବେ ବୋଲି ଶ୍ରୀ ଦାସ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ରାଜ୍ୟବ୍ୟାପୀ ଦଳର ଅଗଣିତ ନେତା ଓ କର୍ମୀଙ୍କୁ ଅନୁରୋଧ କରି ଶ୍ରୀ ଦାସ କହିଛନ୍ତି, ବିଜେପି ସରକାରର ଚକ୍ରାନ୍ତକୁ ଜବାବ ଦେବାପାଇଁ ସେମାନେ ଆହୁରି ଅଧିକ ସଂଖ୍ୟାରେ ଭୁବନେଶ୍ବର ଆସନ୍ତୁ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking