ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ରଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଏହି ବୈଠକରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଏକାମ୍ର ନେତା ଶ୍ରୀ ବାବୁ ସିଂ, ପୂର୍ବତନ ସାଂସଦ ଶ୍ରୀ ଅମର ପଟ୍ଟନାୟକ, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଶାରଦା ପ୍ରସାଦ ଶତପଥୀ, ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି, ରାଜ୍ୟ ସାଧାରଣ ସମ୍ପାଦିକା ଶ୍ରୀମତୀ ପୂର୍ଣ୍ଣିମା ପ୍ରିୟଦର୍ଶିନୀ ନାୟକ, ଜୟଦେବ ନେତା ତଥା ପୂର୍ବତନ ମନ୍ତ୍ରୀ ଡ. ଅରବିନ୍ଦ ଢାଲି, ଭୁବନେଶ୍ୱର ଜିଲ୍ଲା ପ୍ରଭାରୀ ଶ୍ରୀ ସରୋଜ କର, ଭୁବନେଶ୍ୱର ମଧ୍ୟ ନେତା ଶ୍ରୀ ଜଗନ୍ନାଥ ପ୍ରଧାନ, ଭୁବନେଶ୍ୱର ଉତ୍ତର ନେତା ଶ୍ରୀ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ସମ୍ପାଦିକା ଶ୍ରୀମତୀ ପିଙ୍କି ପ୍ରଧାନଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଯୋଗଦେଇ ସାଂଗଠନିକ ଦିଗଦର୍ଶନ ଓ ମୂଲ୍ୟବାନ ବକ୍ତବ୍ୟ ପ୍ରଦାନ କରିଥିଲେ।
ପ୍ରଥମ ସତ୍ରରେ ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ରାଜ୍ୟରେ ଏକ ଦୀର୍ଘକାଳୀନ ସରକାର ଗଠନ ଲକ୍ଷ୍ୟରେ ସଂଗଠନକୁ ତୃଣମୂଳ ସ୍ତରରୁ ଆହୁରି ସୁଦୃଢ଼ କରିବା ସହ ପଞ୍ଚାୟତ, ପୌର ଓ ସମବାୟ ନିର୍ବାଚନରେ ସଂଗଠନକୁ ସଫଳ କରିବା ପାଇଁ ବୁଥ୍ସ୍ତରରୁ ସମସ୍ତ କାର୍ଯ୍ୟକର୍ତ୍ତା ଏକାଗ୍ରତାର ସହ କାର୍ଯ୍ୟ କରିବାକୁ ଆହ୍ୱାନ ଦେଇଥିଲେ। ଦ୍ୱିତୀୟ ସତ୍ରରେ ଦିବଙ୍ଗତ ନେତୃବୃନ୍ଦଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା। ଏଥିସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନହିତକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟ ଉପରେ ବିସ୍ତୃତ ଆଲୋଚନା ସହ ଏହାର ସୁଫଳ ତୃଣମୂଳ ସ୍ତରରେ ଲୋକଙ୍କ ନିକଟରେ ପହଞ୍ଚାଇବାକୁ କାର୍ଯ୍ୟକର୍ତ୍ତାମାନଙ୍କୁ ଆହ୍ୱାନ ଦିଆଯାଇଥିଲା। ତୃତୀୟ ସତ୍ରରେ ସହରାଞ୍ଚଳ, ପଞ୍ଚାୟତ ଓ ସମବାୟ ନିର୍ବାଚନକୁ ନେଇ ସାଂଗଠନିକ ପ୍ରସ୍ତୁତି ଓ ବିଭିନ୍ନ ରଣନୀତି ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଚତୁର୍ଥ ସତ୍ରରେ ବିଭିନ୍ନ ସାଂଗଠନିକ କ୍ଷେତ୍ରରେ ଭାରତୀୟ ଜନତା ପାର୍ଟିକୁ ଆହୁରି ସଶକ୍ତ ଓ ସୁଦୃଢ଼ କରିବା ନେଇ ଆବଶ୍ୟକ ପଦକ୍ଷେପ ସମ୍ପର୍କରେ ଆଲୋଚନା ହୋଇଥିଲା। ଏହି ଅବସରରେ ପୂର୍ବତନ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ରାଜନୈତିକ ନିନ୍ଦା ପ୍ରସ୍ତାବ ଆଗତ କରିଥିବାବେଳେ ଶ୍ରୀମତୀ ରଶ୍ମି ମହାପାତ୍ର ଏହାକୁ ସମର୍ଥନ ଜଣାଇଥିଲେ।
ବୈଠକରେ ସଂଗଠନକୁ ବୁଥ୍ସ୍ତର ପର୍ଯ୍ୟନ୍ତ ଆହୁରି ସୁଦୃଢ଼ କରିବା, ସରକାରଙ୍କ ଜନକଲ୍ୟାଣକାରୀ ଯୋଜନା ଓ ବିକାଶମୂଳକ କାର୍ଯ୍ୟକୁ ଘରେ ଘରେ ପହଞ୍ଚାଇବା ସହ ଆଗାମୀ ଦିନର ବିଭିନ୍ନ ସାଂଗଠନିକ ଓ ଜନସେବା କାର୍ଯ୍ୟକ୍ରମର ରୂପରେଖା ଉପରେ ମଧ୍ୟ ବିସ୍ତୃତ ମାନସମନ୍ଥନ ହୋଇଥିଲା। ସମାପନୀ ଅଧିବେଶନରେ ଭୁବନେଶ୍ୱର ସାଂସଦ ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀ, ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର, ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀ ଶାରଦା ପ୍ରସାଦ ଶତପଥୀଙ୍କ ସମେତ ଅନ୍ୟ ନେତୃବୃନ୍ଦ ବିଭିନ୍ନ ସରକାରୀ ଯୋଜନା ଓ ସାଂଗଠନିକ କାର୍ଯ୍ୟକ୍ରମର ସୂଚନା ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଏହି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକକୁ ସଫଳ ରୂପାୟନ କରିବାରେ ଜିଲ୍ଲାର ବିଭିନ୍ନ ପଦାଧିକାରୀ—ଶ୍ରୀ ସୁଶାନ୍ତ କୁମାର ଜେନା, ଶ୍ରୀ କାଳୀ ପ୍ରସାଦ ମିଶ୍ର, ଶ୍ରୀ ମଦନ ମୋହନ ପ୍ରଧାନ, ଶ୍ରୀମତୀ ମାନସୀ ମଞ୍ଜରୀ ରାୟ ପାଢ଼ୀ, ଶ୍ରୀ ରାଜେନ୍ଦ୍ର ଦାସ, ଶ୍ରୀ ତାପସ ଦଳେଇ, ଶ୍ରୀମତୀ ସୁବାସିନୀ ପୃଷ୍ଟି, ଶ୍ରୀ ନିର୍ମଳ ମୁଦୁଲି, ଶ୍ରୀମତୀ ଅଞ୍ଜନା ପାତ୍ର ଓ ଶ୍ରୀ ଦିଲ୍ଲୀପ ମହାନ୍ତି ପ୍ରମୁଖ ଅଦମ୍ୟ ପ୍ରୟାସ କରିଥିଲେ। ଶେଷରେ ସାମୂହିକ ଜାତୀୟ ସଙ୍ଗୀତ ଗାନ ସହ ଆଜିର ଏହି ଜିଲ୍ଲା କାର୍ଯ୍ୟକାରିଣୀ ବୈଠକର ସମାପନ ହୋଇଥିଲା।










