ଭୁବନେଶ୍ୱର: ଓଡିଶାର କେଲଜ ଓ ବିଶ୍ୱ ବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପୁଣିଥରେ ଚର୍ଚ୍ଚା ଜୋର ଧରିଛି । ଦୀର୍ଘ ସମୟ ଧରି ବନ୍ଦ ଥିବା ଛାତ୍ର ସଂସଦ ନିର୍ବାଚନ ଚଳିତ ଶିକ୍ଷାବର୍ଷରେ ହେବ କି ନାହିଁ, ତାହାକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟ ଉତ୍ସାହ ଦେଖାଦେଇଛି । ଏହା ଭିତରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟ ବଂଶୀ ସୂରଜଙ୍କ ପ୍ରତିକ୍ରିୟା ନୂଆ ଚର୍ଚ୍ଚାକୁ ଜନ୍ମ ନେଇଛି । ମନ୍ତ୍ରୀ କହିଛନ୍ତି , ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ଚୂଡାନ୍ତ ନିଷ୍ପତ୍ତି ହୋଇନି କହିଲେ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ଆହୁରି କହିଲେ ସରକାରୀ ସ୍ତରରେ ବି ଏନେଇ ସ୍ଥିର ହୋଇନି । ଛାତ୍ର ସଂସଦ ନିର୍ବାଚନକୁ ଅଗ୍ରାହ୍ୟ କରିନାହାନ୍ତି । ସୂଚାରୁ ରୁପେ ନିର୍ବାଚନ କରିବାକୁ ସରକାର ପ୍ରୟାସ ରତ । ଠିକ ସମୟରେ ନିଷ୍ପତ୍ତି ନିଆଯିବ ଏବଂ ନିର୍ବାଚନ ନେଇ ଚୂଡାନ୍ତ ନିଷ୍ପତ୍ତି ସରକାର ହିଁ ନେବେ ବୋଲି ସେ କହିଛନ୍ତି । ଏଥିସହ ଏଯାଏଁ ଛାତ୍ର ସଂସଦ ନିର୍ବାଚନ ନେଇ କୌଣସି ନିଷ୍ପତ୍ତି ଚୂଡାନ୍ତ ହୋଇନଥିବା ସେ ସ୍ପଷ୍ଟ କରିଛନ୍ତି । ଉଚ୍ଚଶିକ୍ଷା ବିଭାଗ ଛାତ୍ର ସଂସଦ ନିର୍ବାଚନ ସପକ୍ଷରେ ଥିବା ମନ୍ତ୍ରୀ କହିଛନ୍ତି ।










