30.1 C
Bhubaneswar
Sunday, September 27, 2026
Homeଓଡିଶାବ୍ରହ୍ମପୁର ରିଙ୍ଗ୍ ରୋଡ୍ କାର୍ଯ୍ୟ ତଦାରଖ କଲେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ

ବ୍ରହ୍ମପୁର ରିଙ୍ଗ୍ ରୋଡ୍ କାର୍ଯ୍ୟ ତଦାରଖ କଲେ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ

ମାର୍ଚ୍ଚ ୨୦୨୭ ସୁଦ୍ଧା ବଳକା କାର୍ଯ୍ୟ ଶେଷ ପାଇଁ ନିର୍ଦ୍ଦେଶ
ଆସନ୍ତା ଜୁଲାଇ ସୁଦ୍ଧା ସରିବ ଗେଟ ବଜାର ଫ୍ଲାଏ ଓଭର

ବ୍ରହ୍ମପୁର: ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ପୂର୍ତ୍ତ ବିଭାଗ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଓ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକୁ ଅନୁପାଳନ ସ୍ୱରୂପ ବିଭିନ୍ନ ଜିଲାରେ କାର୍ଯ୍ୟକାରୀ ହେଉଥିବା ଭିତ୍ତିଭୂମି ପ୍ରକଳ୍ପ ତଦାରଖ ନେଇ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ଶ୍ରୀ ସଞ୍ଜୟ କୁମାର ସିଂହ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ବ୍ରହ୍ମପୁର ରିଙ୍ଗ୍ ରୋଡ୍ ଓ ଗେଟ ବଜାର ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା କରିଛନ୍ତି। ସମୀକ୍ଷା ସମୟରେ ସଚିବ ଶ୍ରୀ ସିଂହ ପର୍ଯ୍ୟାପ୍ତ ମାନବ ସମ୍ବଳ, ଆଧୁନିକ ଯନ୍ତ୍ରପାତି ଓ ଟେକନୋଲୋଜିର ବ୍ୟବହାର କରି ନିର୍ମାଣ କାର୍ଯ୍ୟକୁ ଗତିଶୀଳ କରିବାକୁ ନିର୍ଦ୍ଦେଶ ଦେଇଥିଲେ I ଏଥି ସହିତ ବଳକା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ସହ ୨୦୨୭ ମାର୍ଚ୍ଚ ମାସ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ କରିବାକୁ ସମ୍ପୃକ୍ତ ଅଧିକାରୀ ଓ କାର୍ଯ୍ୟନ୍ୱୟନକାରୀ ସଂସ୍ଥାକୁ ନିର୍ଦ୍ଦେଶ ଦେଇଛନ୍ତି।

ସେହିପରି, କାର୍ଯ୍ୟର ଗୁଣବତ୍ତା ଓ ଚୁକ୍ତିନାମା ଅନୁଯାୟୀ ନିର୍ଦ୍ଧାରିତ ବୈଷୟିକ ମାନଦଣ୍ଡରେ କୌଣସି ସାଲିସ୍ ନକରି ସମସ୍ତ କାର୍ଯ୍ୟ ସମ୍ପାଦନ କରିବାକୁ ନିର୍ମାଣ ବିଭାଗ ପ୍ରମୁଖ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ। ପ୍ରକଳ୍ପର ଅଗ୍ରଗତିକୁ ନିୟମିତ ଭାବେ ସମୀକ୍ଷା କରିବା ସହ ଉପଯୁକ୍ତ ତଦାରଖ ଓ ନିରୀକ୍ଷଣ ମାଧ୍ୟମରେ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପର ଲକ୍ଷ୍ୟ ହାସଲ କରିବାକୁ ସେ ପରାମର୍ଶ ଦେଇଥିଲେ। ସେହିପରି ସଚିବ ଶ୍ରୀ ସିଂହ ଆଜି ଓବିସିସି ଦ୍ୱାରା ନିର୍ମାଣ ହେଉଥିବା ଗେଟ ବଜାର ଫ୍ଲାଏ ଓଭର ଗସ୍ତ କରିବା ସହ ନିର୍ମାଣ କାର୍ଯ୍ୟ ତଦାରଖ କରିଥିଲେ। ପ୍ରାୟ ୧୩୦ କୋଟି ବ୍ୟୟରେ ନିର୍ମାଣ ହେବାକୁ ଥିବା ଏହି ଫ୍ଲାଏ ଓଭରର ୩୬ ପ୍ରତିଶତ କାର୍ଯ୍ୟ ଶେଷ ହୋଇଛି। ବାକି କାର୍ଯ୍ୟ ଜୁଲାଇ ୨୦୨୭ ସୁଦ୍ଧା ଶେଷ ପାଇଁ ସଚିବ ବିଭାଗୀୟ ଅଧିକାରୀ ଓ ଠିକାସଂସ୍ଥା କୁ ନିର୍ଦେଶ ଦେଇଥିଲେ। ପରିଦର୍ଶନ ସମୟରେ ଦକ୍ଷିଣାଞ୍ଚଳ ସର୍କଲ, (ଆର୍‌ ଆଣ୍ଡ୍‌ ବି)ବ୍ରହ୍ମପୁରର ମୁଖ୍ୟ ନିର୍ମାଣ ଯନ୍ତ୍ରୀ ଇଞ୍ଜିନିୟର ଦାମୋଦର କୈବର୍ତ୍ତ, ଗଞ୍ଜାମ (ଆର୍‌ଆଣ୍ଡ୍‌ବି) ଡିଭିଜନର ଅଧୀକ୍ଷଣ ଯନ୍ତ୍ରୀ ଇଞ୍ଜିନିୟର ସୋମନାଥ ତ୍ରିପାଠୀ, ରୋଡ୍‌ସ (ଆର୍‌ଆଣ୍ଡ୍‌ବି) ସବ୍‌-ଡିଭିଜନର ସହକାରୀ ନିର୍ବାହୀ ଯନ୍ତ୍ରୀ ଇଞ୍ଜିନିୟର ଚନ୍ଦ୍ରାୟ ମାର୍ଣ୍ଡି ଏବଂ ଠିକା ସଂସ୍ଥା କାର୍ଯ୍ୟନିର୍ବାହୀ ପ୍ରମୁଖ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking