ଗଞ୍ଜାମ: କଳିଙ୍ଗା ଘାଟିରେ ପରିବହନ ମନ୍ତ୍ରୀ। ଅବପାତ ଜନିତ ବର୍ଷା ଓ ଭୂସ୍ଖଳନ ପରେ ପରେ କଳିଙ୍ଗା ଘାଟିରେ ପରିବହନ ମନ୍ତ୍ରୀ ବିଭୁତ ଭୂଷଣ ଜେନା। ତାଙ୍କ ସହ ଗଞ୍ଜାମ ଜିଲ୍ଲାପାଳ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ବି ଗ୍ରାଉଣ୍ଡରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଭୂସ୍କଳନ ପରେ କଳିଙ୍ଗା ଘାଟିକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ସିଲ୍ କରିଛି ପ୍ରଶାସନ। ଗଞ୍ଜାମ-କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଦୁଇ ଦୁଇ ଥର ଭୂସ୍ଖଳନ ପରେ କେଉଁଠି ମାଟି ଅତଡ଼ା ଖସି ଗାର୍ଡ ୱାଲ୍ ଭାଙ୍ଗିଛି ତ କୋଉଠି ବିରାଟ ପଥର ଖସି ରାସ୍ତା ଅବରୋଧ ହୋଇ ରହିଛି। ଆଉ କେଉଁଠି ରାସ୍ତା ଫାଟି ବିପଦ ସଙ୍କୁଳ ଅବସ୍ଥାରେ ରହିଛି।










