31.1 C
Bhubaneswar
Saturday, September 26, 2026
Homeଓଡିଶାପନିର ଅପମିଶ୍ରଣ ମାମଲା: ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କ ବଦଳି

ପନିର ଅପମିଶ୍ରଣ ମାମଲା: ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କ ବଦଳି

କଟକ: ନିଆଳି ପନିର ଅପମିଶ୍ରଣ ମାମଲାରେ ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କ ବଦଳି ହୋଇଛି । କଟକ ଜିଲ୍ଲା ଖାଦ୍ୟ ସୁରକ୍ଷା ଅଧିକାରୀ ଅମିତା ଦାସଙ୍କର ବଦଳି ହୋଇଛି । ନିଆଳି ଅଞ୍ଚଳରେ ପନିର ଅପମିଶ୍ରଣ ଘଟଣାରେ ରିପୋର୍ଟ ହରିୟାଣା ସ୍ଥିତ ଲ୍ୟାବରୁ ଆସିବା ପରେ ସରକାର ଏହି ପଦକ୍ଷେପ ନେଇଥିବା ଜଣାପଡିଛି । ନିଆଳି ଅଞ୍ଚଳର ଖାଦ୍ୟ ସୁରକ୍ଷାର ଦାୟିତ୍ୱରେ ଥିବା ଅଧିକାରୀଙ୍କ ଦାୟିତ୍ୱରେ ଅବହେଳା ଅଭିଯୋଗରେ ବଦଳି ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ମିଳିଛି । ବର୍ତ୍ତମାନ ଅମିତା ଦାସଙ୍କୁ ମୟୁରଭଞ୍ଜକୁ ବଦଳି କରି ଦିଆଯାଇଛି । ରାଇରଙ୍ଗପୁରରୁ ଚନ୍ଦ୍ରକାନ୍ତ ନାୟକଙ୍କୁ ଅମିତାଙ୍କ ଜାଗାରେ ନିୟୋଜିତ କରାଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking