ସମ୍ବଲପୁର: ହୀରାକୁଦର ଆଉ ୫ଟି ଗେଟ ଖୋଲାଯାଇଛି । ପୂର୍ବରୁ ୮ଟି ଗେଟ ଖୋଲାଯାଇଥିଲା । ଉପରମୁଣ୍ଡରେ ବର୍ଷା ଯୋଗୁଁ ହୀରାକୁଦ ଗେଟ ଖୋଲାଯାଇଛି । ବର୍ତ୍ତମାନ ୧୩ଟି ଗେଟ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ବାମ ପାଶ୍ୱର୍ରୁ ୯, ଡାହାଣ ପାଶ୍ୱର୍ରୁ ୪ଟି ଗେଟ ଖୋଲାଯାଇଛି । ଡ୍ୟାମର ଜଳସ୍ତର ଓ ଉପରମୁଣ୍ଡରୁ ଆସୁଥିବା ଜଳପ୍ରବାହକୁ ନଜରରେ ରଖି ଗେଟ୍ ଖୋଲାଯାଉଛି । ତେବେ ଏକାଥରକେ ଗେଟ୍ ସଂଖ୍ୟା ବଢ଼ିବା ପରେ ତଳମୁଣ୍ଡରେ ମହାନଦୀର ଜଳପ୍ରବାହ ଉପରେ ମଧ୍ୟ ନଜର ରହିଛି । ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ଜଳସ୍ତର ଓ ପ୍ରଶାସନର ପରବର୍ତ୍ତୀ ସୂଚନା ପ୍ରତି ସତର୍କ ରହିବାକୁ କୁହାଯାଇଛି ।










