ବାଲେଶ୍ବର: ବାଲେଶ୍ବରରେ ଲାଗି ରହିଛି ବର୍ଷା । ସକାଳ ସାଢ଼େ ୮ଟା ସୁଦ୍ଧା ୧୨୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଆଜି ଓ ଆସନ୍ତାକାଲି ପାଇଁ ୟେଲୋ ଆଲର୍ଟ ରହିଥିବା ବେଳେ ୩୦ରୁ ୪୦ କିମି ବେଗରେ ଝଟକା ପବନ ବୋହିବାର ସୂଚନା ରହିଛି ।ତୁହାକୁ ତୁହା ବର୍ଷା ଲାଗିରହିଛି। ବେହାଲ ହେଲେଣି ବାଲେଶ୍ବର ବାସୀ। ତେଲେଙ୍ଗା ସାହି, ନୂଆସାହି, ଗୁଡିପଦା, ଏକତା ନଗର, ଦ୍ୱାରିକା ନଗର ଭିତରେ ଲୋକଂକ ଘରେ ଓ ରାସ୍ତା ରେ ପାଣି । ତେବେ ଅଧିକ ସମସ୍ୟା ସୃଷ୍ଚି କରୁଛି ନୂଆସାହି ରାସ୍ତା। ରେମୁଣା ଗୋଲେଇ ରୁ ସହରକୁ ଓ ସହରରୁ ମେଡ଼ିକାଲ କଲେଜ କୁ ଯିବା ପାଇଁ ମୁଖ୍ୟ ରାସ୍ତା । ରାସ୍ତା ଉପରେ ପାଣି ଲହଡ଼ି ମାରୁଛି। ରାସ୍ତା ଖାଲ ଖମା ଥିବାରୁ ପାଣି ଭିତରେ ଲୋକେ ଗାଡ଼ି ସହ ପଡିଯାଇ ଆହତ ହେଉଛନ୍ତି । ସ୍ଥାୟୀ ସମାଧାନ ହେଉ ନ ଥିବାରୁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି ।










