ଭୁବନେଶ୍ୱର: ପ୍ରଶ୍ନକାଳ ଆରମ୍ଭରୁ ଦ୍ୱିତୀୟ ଦିନରେ ଗୃହରେ ବିରୋଧୀଙ୍କ ହୋହଲ୍ଲା । ହୋହଲ୍ଲା ଭିତରେ ମାତ୍ର ୬ ମିନିଟ ପାଇଁ ଚାଲିପାରିଥିଲା ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ । ବିଭାଗୀୟ ମନ୍ତ୍ରୀ ରଖୁଥିଲେ ଉତ୍ତର । ସେହି ସମୟରେ ବିରୋଧୀ ଉପବାଚସ୍ପତିଙ୍କ ପୋଡିୟମ ନିକଟକୁ ଆସି ଏମଏମଡିଆର ସଂଶୋଧନ ବିଲ ପ୍ରତ୍ୟାହାର ଏବଂ ବହି ତ୍ରୁଟି ପ୍ରସଙ୍ଗ, ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ପ୍ଲାକାର୍ଡ ଧରି ନାରାବାଜି କରିଛନ୍ତି । ଗୃହରେ ପ୍ରଶ୍ନୋତ୍ତର ଚାଲିପାରିନଥିଲା । ଧୋଇ ହେଇଯାଇଥିଲା ପ୍ରଶ୍ନକାଳ । ଏନେଇ ଉପବାଚସ୍ପତି ଭୀମଶଙ୍କର ଭୋଇ ଗୃହକୁ ଅପରାହ୍ନ ୪ଟା ଯାଏଁ ମୁଲତବୀ ଘୋଷଣା କରିଛନ୍ତି । ସୂଚନା ଥାଉକି, ଗତକାଲି ପ୍ରଥମ ଦିନରେ ଗୃହ ଅଚଳ ରହିଥିଲା . ଆଜି ବି ଆରମ୍ଭରୁ ଗୃହ ମୁଲତବୀ । ତେବେ ପ୍ରଶ୍ନ ଯେ, ଗୃହ ଆଗକୁ ଚାଲିବ ନା ବାରମ୍ବାର ମୁଲତବୀ କରାଯାଉଥିବ ।










