ନୂଆଦିଲ୍ଲୀ: ସିନେ ସେଲିବ୍ରିଟିଙ୍କୁ ରାଷ୍ଟ୍ରପତିଙ୍କ ବଡ଼ ଅପିଲ୍ । ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହରେ ଫିଲ୍ମ ତାରକାଙ୍କୁ ଅନୁରୋଧ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଅସ୍ୱାସ୍ଥ୍ୟକର ପଦାର୍ଥର ପ୍ରଚାର ପ୍ରସାରରୁ ଦୂରେଇ ରହିବାକୁ କଲେ ନିବେଦନ । ଆଜି ଗୁଜରାଟର ଏକତା ନଗରରେ ୭୨ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ସମାରୋହ ଅନୁଷ୍ଠିତ ହୋଇଛି । ଏହି ଅବସରରେ ଅଭିଭାଷଣ ରଖି ରାଷ୍ଟ୍ରପତି ଆହୁରି କହିଛନ୍ତି ସିଏ ହିଁ ତାରକା, ଯିଏ ଆଲୋକ ବିତରଣ କରେ, ଅନ୍ଧାର ନୁହେଁ’ । ‘ଲୋକପ୍ରିୟ କଳାକାରମାନଙ୍କ କଥା ଓ କାମ ପିଲା ଓ ଯୁବପିଢ଼ିଙ୍କ ଉପରେ ବଡ଼ ପ୍ରଭାବ ପକାଏ’ । ‘ସେମାନେ ଉତ୍ତମ ଜୀବନଶୈଳୀର ଲାଭ କଥା କହିଲେ, ଲକ୍ଷ ଲକ୍ଷ ଫ୍ୟାନ୍ ଅନୁସରଣ କରନ୍ତି’ । ‘ଲୋକପ୍ରିୟ କଳାକାର ଓ ସେଲିବ୍ରିଟି ଭାବେ ଫିଲ୍ମ ବାହାରେ ବି ସେମାନଙ୍କର ବଡ଼ ଦାୟିତ୍ୱ ରହିଛି’ ।










