ସମ୍ବଲପୁର: ସମ୍ବଲପୁର ପୁଲିସ ତାଲିମ କେନ୍ଦ୍ରରେ ଆଜି ନବ ନିଯୁକ୍ତ ସିପାହୀଙ୍କ ଦୀକ୍ଷାନ୍ତ ସମାରୋହ ଅନୁଷ୍ଠିତ ହୋଇଛି । ଏହି ଅବସରରେ ୧୦୨୭ ଜଣ ନବ ନିଯୁକ୍ତ ସିପାହୀଙ୍କ ପାସିଂ ଆଉଟ ପରେଡ ଅନୁଷ୍ଠିତ ହୋଇଥିଲା ।ସମାରୋହରେ ମୁଖ୍ୟଅତିଥି ଭାବେ ପୁଲିସ ଡିଜି ବିନାୟତୋଷ ମିଶ୍ର ଯୋଗଦେଇ ନବ ନିଯୁକ୍ତ ସିପାହୀମାନଙ୍କୁ ଅଭିବାଦନ ଦେଇଥିଲେ । ଏହି ସିପାହୀମାନେ ଦୀର୍ଘ ଏକ ବର୍ଷ ଧରି ତାଲିମ ନେବା ପରେ ଆଜି ପ୍ରଶିକ୍ଷଣ ସମାପ୍ତ କରିଛନ୍ତି । ଦୀକ୍ଷାନ୍ତ ସମାରୋହ ପରେ ଏହି ନବ ନିଯୁକ୍ତ ସିପାହୀମାନେ ବିଭିନ୍ନ ସ୍ଥାନରେ ପୁଲିସ ସେବାରେ ନିୟୋଜିତ ହେବେ। ପାସିଂ ଆଉଟ ପରେଡରେ ନବ ପ୍ରଶିକ୍ଷିତ ସିପାହୀମାନେ ଶୃଙ୍ଖଳା ଓ କର୍ତ୍ତବ୍ୟନିଷ୍ଠାର ପ୍ରଦର୍ଶନ କରିଥିଲେ ।










