32.1 C
Bhubaneswar
Thursday, October 1, 2026
Homeଦେଶ ବିଦେଶପୁଣି ବଢ଼ିଲା କମର୍ସିଆଲ ଗ୍ୟାସ ଦର: ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ୬୨ ଟଙ୍କା ୫୦...

ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ ଦର: ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ୬୨ ଟଙ୍କା ୫୦ ପଇସା ମହଙ୍ଗା

ନୂଆଦିଲ୍ଲୀ:  ପାର୍ବଣ ଋତୁ ଆରମ୍ଭରୁ ପୁଣି ମହଙ୍ଗା ମାଡ଼ । ଦେଶରେ ପୁଣି ବଢ଼ିଲା କମର୍ସିଆଲ ଗ୍ୟାସ ଦର । ରାଜଧାନୀ ଦିଲ୍ଲୀରେ ୧୯ କେଜି ସିଲିଣ୍ଡର ଦାମ ୬୨ ଟଙ୍କା ୫୦ ପଇସା ମହଙ୍ଗା ହୋଇଛି । ସେହିପରି ଦେଶୀ ବିଭିନ୍ନ ସ୍ଥାନରେ ଦର ୬୨.୫୦ ଟଙ୍କାରୁ ୭୧ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ବର୍ଦ୍ଧିତ ଦର ଲାଗୁ ହେବା ପରେ ଦିଲ୍ଲୀରେ କମର୍ସିଆଲ ଏଲପିଜି ଦର ୨୮ଶହ ୧୦ ଟଙ୍କାରେ ପହଞ୍ଚିଛି । ଅନ୍ୟପକ୍ଷରେ ପାଟନାରେ ୭୧.୫୦ ଟଙ୍କା ବୃଦ୍ଧି ହୋଇଛି ଦର । ଚେନ୍ନାଇରେ ସିଲିଣ୍ଡର ପିଛା ଦର ୬୬ ଟଙ୍କା ୫୦ ପଇସା ବୃଦ୍ଧି ହୋଇଛି ଏବଂ ଦର ୨୯ଶହ ୮୩ ଟଙ୍କାରେ ପହଞ୍ଚିଛି ।ସୂଚନା ଅନୁସାରେ, ଗତ ସେପ୍ଟେମ୍ବର ମାସର ପ୍ରଥମରୁ ୧୯ କେଜି ଏଲପିଜି ସିଲିଣ୍ଡର ଦର ୯ ଟଙ୍କା ୫୦ ପଇସା ବୃଦ୍ଧି ହୋଇଥିଲା। ଏବେ ପାର୍ବଣ ଋତୁ ଆଗମନରେ ମହଙ୍ଗା ମାଡ଼ ବେଶ୍ ପ୍ରଭାବ ପକାଇବ । ବିଶେଷକରି ହୋଟେଲ, ରେଷ୍ଟୁରାଣ୍ଟ, ଢାବା ଏବଂ କ୍ୟାଟରିଂ କାରବାର ଉପରେ ପକାଇବ । କାରଣ ଲଗାତର କମର୍ସିଅଲେ ଦର ବଢ଼ିଚାଲିଛି । ଅନ୍ୟପକ୍ଷରେ ଘରୋଇ ଏଲପିଜି ସିଲିଣ୍ଡର ଦର ଅପରିବର୍ତ୍ତିତ ରହିଛି । ରାଜଧାନୀ ଦିଲ୍ଲୀରେ ୧୪.୨ କେଜି ସିଲିଣ୍ଡର ଦର ୯୪୨ ଟଙ୍କା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking