33.1 C
Bhubaneswar
Monday, September 28, 2026
Homeଓଡିଶାପନିର ଅପମିଶ୍ରଣ ମାମଲା: ୧୧ ଜଣଙ୍କ ନାଁରେ ଏତଲା

ପନିର ଅପମିଶ୍ରଣ ମାମଲା: ୧୧ ଜଣଙ୍କ ନାଁରେ ଏତଲା

କଟକ: ପନିର ଅପମିଶ୍ରଣ ଘଟଣାରେ ଥାନାରେ ପହଞ୍ଚିଛି ମାମଲା । ପନିର ଅପମିଶ୍ରଣ ଅଭିଯୋଗରେ ଖାଦ୍ୟ ନିରାପତ୍ତା ବିଭାଗ ପକ୍ଷରୁ ଥାନାରେ ଏତଲା ଦିଆଯାଇଛି । କଟକ ମହାନଗର ନିଗମର ଖାଦ୍ୟ ନିରାପତ୍ତା ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।୧୧ ଜଣଙ୍କ ନାଁରେ ଏତଲା ଦିଆଯାଇଛି । ସମସ୍ତେ ନିଆଳି ଅଞ୍ଚଳର ବୋଲି ଜଣାପଡିଛି । ଏମାନଙ୍କ ମଧ୍ୟରେ ପନିର ପ୍ରସ୍ତୁତକାରୀ ଓ ବିକ୍ରେତା ରହିଛନ୍ତି । ସଂପୃକ୍ତ ବ୍ୟକ୍ତିଙ୍କ ନାଁ, ଠିକଣା ଓ ଫୋନ୍ ନମ୍ବର ମଧ୍ୟ ଥାନାରେ ଦାଖଲ କରିଛି ଖାଦ୍ୟ ନିରାପତ୍ତା ବିଭାଗ ।

କଟକ ସହରରେ ଦୈନିକ ପ୍ରାୟ ୮୦ ଟନ୍ ପନିରର ଆବଶ୍ୟକତା ରହିଥାଏ । ନିଆଳି ଅଞ୍ଚଳରୁ ମଧ୍ୟ ଟନ୍ ଟନ୍ ପନିର କଟକ ସହରକୁ ଆସିଥାଏ । କିଛିଦିନ ତଳେ କଟକରୁ ଅପମିଶ୍ରିତ ପନିର ଜବତ ହୋଇଥିଲା । ଯାଞ୍ଚ ପରେ ଏହା ଖାଦ୍ୟ ଉପଯୋଗୀ ନଥିବା ଜଣାପଡିଥିଲା । ଏହାପରେ ଅପମିଶ୍ରିତ ପନିର କାରବାର ବିରୋଧରେ ଆକ୍ସନ ମୋଡ୍‌କୁ ଆସିଛି ଖାଦ୍ୟ ନିରାପତ୍ତା ବିଭାଗ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking