ଭୁବନେଶ୍ୱର: ଦୁଇ ବର୍ଷରେ ରାଜ୍ୟରେ ୪୫ ହଜାର ୭୯୬ ଜଣ ମହିଳା ନିଖୋଜ ହୋଇଛନ୍ତି । ସେଥିମଧ୍ୟରୁ ୩୦ ହଜାର ୧୭୧ ଜଣ ମହିଳା ଉଦ୍ଧାର ହୋଇଥିବା ବେଳେ ପ୍ରାୟ ୧୫ ହଜାର ମହିଳାଙ୍କ ଏଯାଏଁ ପତ୍ତା ମିଳିନାହିଁ ।ସେହିପରି ଦୁଇ ବର୍ଷରେ ରାଜ୍ୟରେ ୨୦ ହଜାର ୫୨୮ ଜଣ ଶିଶୁ ନିଖୋଜ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୫ ହଜାର ୯୭୬ ଜଣ ଶିଶୁ ଉଦ୍ଧାର ହୋଇଥିବା ବେଳେ ପ୍ରାୟ ୪ ହଜାର ୫୦୦ ଶିଶୁଙ୍କ ଏଯାଏଁ ସନ୍ଧାନ ମିଳିନାହିଁ । ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଦେଇଥିବା ଲିଖିତ ଉତ୍ତରରୁ ଏହି ତଥ୍ୟ ସାମ୍ନାକୁ ଆସିଛି ।










