33.1 C
Bhubaneswar
Monday, September 28, 2026
Homeଓଡିଶାସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପ୍ରାୟ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ

ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପ୍ରାୟ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ

କଟକ: ମହାନଦୀରେ ଆସୁଛି ବନ୍ୟା । ସନ୍ଧ୍ୟା ସୁଦ୍ଧା ମୁଣ୍ଡଳିରେ ପ୍ରାୟ ୮ ଲକ୍ଷ କ୍ୟୁସେକ ଜଳ ପ୍ରବାହିତ ହେବ । ଏନେଇ ପ୍ରେସମିଟ କରି ସୂଚନା ଦେଲେ ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ସର୍ବୋଚ୍ଚ ଯନ୍ତ୍ରୀଙ୍କ ସୂଚନା ଅନୁସାରେ , ସୋମବାର ୧୨ଟା ସୁଦ୍ଧା ମୁଣ୍ଡଳିରେ ୭ ଲକ୍ଷ ୮୩ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଛି । ଏହା ବୃଦ୍ଧି ପାଇ ୮ ଲକ୍ଷରେ ପହଞ୍ଚିବ । ସନ୍ଧ୍ୟା ସୁଦ୍ଧା ପିକ ପାଣି ଆସିବ । ହୀରାକୁଦରେ ଜଳସ୍ତର ୬୨୯ ଫୁଟରେ ଅଛି । ପ୍ରବେଶ କରୁଛି ୬ ଲକ୍ଷ ୩୬ ହଜାର କ୍ୟୁସେକ ପାଣି । ନିଷ୍କାସିତ ହେଉଛି ୫ ଲକ୍ଷ କ୍ୟୁସେକ ପାଣି । ମହାନଦୀ ଯୋଗୁଁ ୪ ଜିଲ୍ଲା କଟକ, ଖୋର୍ଦ୍ଧା ,ପୁରୀ , ଜଗତସିଂହପୁର ପ୍ରଭାବିତ ହେବ । ପୁରୀର କଣାସ, ସତ୍ୟବାଦୀ, ନିମାପଡା, ଗୋପ, ପ୍ରଭାବିତ ହେବ । ଆଠଗଡ ଅଞ୍ଚଳରେ ପାଣି ପଶିବା ଆରମ୍ଭ ହୋଇଛି । କେରାଣ୍ଡିଆ, ରାଜୁଆ, ଦେବୀ କନ୍ଦଳ, ଦୟା, ଭାର୍ଗବୀ, କାଠଯୋଡି, କୁଆଖାଇ ନଦୀରେ ପାଣି ପଶି ପ୍ରଭାବିତ ହେବ । ସେପଟେ ସୁବର୍ଣ୍ଣରେଖା ରାଜଘାଟରେ ସ୍ଥିତି ସୁଧୁରିଛି । ବୁଢାବଳଙ୍ଗ, ମଥାନୀ ସବୁଠି କମିଛି ପାଣି । ବୈତରଣୀରେ ପାଣି କମିଛି ବୋଲି ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking