22.1 C
Bhubaneswar
Thursday, November 19, 2026
Homeଓଡିଶାଚାଷୀଙ୍କୁ ଦିଆଯାଇଥିବା କୃଷି ଋଣର ତାଲିକା ଦେଲେ ସମବାୟ ମନ୍ତ୍ରୀ

ଚାଷୀଙ୍କୁ ଦିଆଯାଇଥିବା କୃଷି ଋଣର ତାଲିକା ଦେଲେ ସମବାୟ ମନ୍ତ୍ରୀ

ଭୁବନେଶ୍ୱର: ଚାଷୀଙ୍କୁ ଦିଆଯାଇଥିବା କୃଷି ଋଣ ସଂପର୍କରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ସମବାୟ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଥିଲେ ଯେ, ତିଗିରିଆ ବ୍ଲକ ଅଧୀନସ୍ଥ ସମସ୍ତ ସମିତି ଶାଖା ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର, ଆଠଗଡ ଶାଖା କେନ୍ଦ୍ର ବ୍ୟାଙ୍କ ଅଧିନରେ ଥିବା ସମସ୍ତ ଶାଖା ସମିତି ଗୁଡିକରେ ୨୦୧୧-୨୦୧୨ ଆର୍ଥିକ ବର୍ଷଠାରୁ ଅଦ୍ୟାବଧି କେତେ କେଉଁ ଚାଷୀଙ୍କୁ କୃଷି ଋଣ ଦିଆଯାଇଛି ତାର ବର୍ଷୱାରୀ ତାଲିକା ପ୍ରଦାନ କରିବେ କି ? ଅଦ୍ୟବଧି ସିସିବି , ବାଙ୍କୀ ଓ ସିସିବି, କଟକ ଅଧୀନରେ କେଉଁ କେଉଁ ସମବାୟ ସମିତିରେ କେଉଁମାନେ କେଉଁ କେଉଁ ପଦବୀରେ କାର୍ଯ୍ୟ କରୁଛନ୍ତି । ବିଧାୟକଙ୍କ ପ୍ରଶ୍ନରେ ମନ୍ତ୍ରୀ ଉତ୍ତର ରଖି କହିଛନ୍ତି, କଟକ ଜିଲ୍ଲା ଅନ୍ତର୍ଗତ ତିଗିରିଆ ବ୍ଲକ ଅଧୀନସ୍ଥ ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ଅଧୀନରେ ସମସ୍ତ ସମିତି ଓ କଟକ କେନ୍ଦ୍ର ସମବାୟ ବ୍ୟାଙ୍କର ଆଠଗଡ ଶାଖା ଅଧୀନରେ ଥିବା ସମସ୍ତ ସମିତି ଗୁଡିକରେ ଆର୍ଥିକ ବର୍ଷ ୨୦୧୧-୨୦୧୨ ଠାରୁ ୨୦୨୬-୨୭ ପର୍ଯ୍ୟନ୍ତ ଚାଷୀମାନଙ୍କୁ ଦିଆଯାଇଥିବା କୃଷିଋଣ ତଥା ବୃହତ ଋଣର ବର୍ଷୱାରୀ, ବ୍ୟାଙ୍କୱାରୀ ତଥା ସମିତିୱାରୀ ତଥ୍ୟ ଦେଲେ । ଏଥି ସହ କର୍ମଚାରୀଙ୍କ ନାମ , ଆର୍ଥିକ ତୋଷରପାତର ଅଭିଯୋଗରେ ହୋଇଥିବା କର୍ମଚାରୀଙ୍କ ନାଁ ଖାଲିଥିବା ପଦବୀ ସଂଖ୍ୟାର ବ୍ୟାଙ୍କୱାରୀ ତାଲିକା ରଖିଲେ ମନ୍ତ୍ରୀ ।

 

 

 

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking