32.1 C
Bhubaneswar
Thursday, October 1, 2026
Homeଦେଶ ବିଦେଶ୫.୩ ତୀବ୍ରତାରେ ଥରିଲା ଆଫଗାନିସ୍ତାନ

୫.୩ ତୀବ୍ରତାରେ ଥରିଲା ଆଫଗାନିସ୍ତାନ

ନୂଆଦିଲ୍ଲୀ: ସକାଳୁ ସକାଳୁ ଜୋରଦାର ଝଟକା ଅନୁଭବ କରି ଭୟଭୀତ ହୋଇପଡ଼ିଲେ ଲୋକେ । ଭୟରେ ଘର ଛାଡ଼ି ରାସ୍ତାକୁ ଦୌଡ଼ି ଆସିଥିଲେ ଲୋକେ । ଆଜି ସକାଳେ ଆଫଗାନିସ୍ତାନର ହିନ୍ଦୁକୁଶ ଅଞ୍ଚଳରେ ଅନୁଭୂତ ହୋଇଛି ଶକ୍ତିଶାଳୀ ଭୂମିକମ୍ପ । ଜର୍ମାନ ରିସର୍ଚ୍ଚ ସେଣ୍ଟର ଫର୍ ଜିଓସାଇନ୍ସ ଅନୁସାରେ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ଥିଲା ୫.୩ । ଭାରତୀୟ ସମୟ ପ୍ରାୟ ସକାଳ ୬ଟା ୫୯ ମିନିଟ୍ରେ ଏହି ଭୂମିକମ୍ପ ହୋଇଥିଲା ।ଭୂମିକମ୍ପର କେନ୍ଦ୍ରସ୍ଥଳ ଭୃପୃଷ୍ଠରୁ ପ୍ରାୟ ୧୦ କିଲୋମିଟର ଗଭୀରରେ ଥିବା ଜଣାପଡ଼ିଛି । ଝଟକା ଅନୁଭୂତ ହେବା ପରେ ଅନେକ ଲୋକ ଭୟରେ ଘରୁ ବାହାରକୁ ଚାଲି ଆସିଥିଲେ । ତେବେ ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଏଯାଏଁ କୌଣସି ମୃତାହତ କିମ୍ବା ବଡ଼ ସମ୍ପତ୍ତି କ୍ଷୟକ୍ଷତିର ଖବର ମିଳିନାହିଁ । ତେବେ ହିନ୍ଦୁକୁଶ ଅଞ୍ଚଳ ଭୂମିକମ୍ପ ପ୍ରବଣ ଅଞ୍ଚଳ ଭାବେ ପରିଚିତ। ଆଫଗାନିସ୍ତାନ ଓ ପାକିସ୍ତାନର ଏହି ପାହାଡ଼ିଆ ଅଞ୍ଚଳରେ ବାରମ୍ବାର ଭୂମିକମ୍ପ ହୋଇଥାଏ । ଏହାର ମୁଖ୍ୟ କାରଣ ହେଉଛି ଭାରତୀୟ ଏବଂ ୟୁରେସିଆନ୍ ଟେକ୍ଟୋନିକ୍ ପ୍ଲେଟ୍‌ର ନିରନ୍ତର ଧକ୍କା । ଏହି ପ୍ଲେଟ୍‌ଗୁଡ଼ିକର ଗତି ଯୋଗୁଁ ହିମାଳୟ, ହିନ୍ଦୁକୁଶ ଏବଂ ଆଖପାଖ ପର୍ବତମାଳା ଅଞ୍ଚଳରେ ଭୂଗର୍ଭରେ ଚାପ ସୃଷ୍ଟି ହୋଇଥାଏ । ଆଉ ଏହି ଚାପ ହଠାତ୍ ମୁକ୍ତ ହେଲେ ଭୂମିକମ୍ପ ହୋଇଥାଏ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking