33.1 C
Bhubaneswar
Tuesday, September 29, 2026
Homeଦେଶ ବିଦେଶଓଡ଼ିଶା ଡିଜିପି ନିଯୁକ୍ତି ମାମଲାର ଶୁଣାଣି ଶେଷ: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ଓଡ଼ିଶା ଡିଜିପି ନିଯୁକ୍ତି ମାମଲାର ଶୁଣାଣି ଶେଷ: ରାୟ ସଂରକ୍ଷିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଓଡ଼ିଶା ଡିଜିପି ନିଯୁକ୍ତି ସଂପର୍କିତ ମାମଲାର ଶୁଣାଣି ଶେଷ ହୋଇଛି। ଏହା ସହ ସର୍ବୋଚ୍ଚ ନ୍ୟାୟା ରାୟ ସଂରକ୍ଷିତ ରଖିଛନ୍ତି। ଅକ୍ଟୋବର ୮ରେ ଓଡ଼ିଶା ପରି ଝାଡ଼ଖଣ୍ଡ ମାମଲାର ଶୁଣାଣି ହେବ। ସମାନ ମାମଲା ହୋଇଥିବାରୁ ଏହି ରାଜ୍ୟର ଶୁଣାଣି ପରେ ଓଡ଼ିଶା ଡିଜିପି ମାମଲାର ରାୟ ଦେଇ ପାରନ୍ତି ସୁପ୍ରିମକୋର୍ଟ। ଗତ ଶୁଣାଣିରେ ମାମଲାରେ ସଂପୃକ୍ତ ସମସ୍ତ ପକ୍ଷ ନିଜ ନିଜର ତଥ୍ୟ ଓ ତର୍କ ରଖି ସାରିଛନ୍ତି। ଆଉ ଦୁଇଟି ପ୍ରଶ୍ନ ଉପରେ ରାଜ୍ୟ ସରକାରଙ୍କ ତରଫରୁ ସଲିସିଟର ଜେନେରାଲ ତୁଷାର ମେହଟ୍ଟା ଓ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ପକ୍ଷ ରଖିଛନ୍ତି।

ଆଜିର ଶୁଣାଣିରେ ସୁପ୍ରିମକୋର୍ଟ ଦୁଇଟି ପ୍ରଶ୍ନ କରିଥିଲେ ଯେ, କାହିଁକି ଏକ୍ସ କ୍ୟାଡର ପୋଷ୍ଟ ଦରକାର ପଡ଼ିଲା ? ଅନ୍ୟଟି ୨ଏ ବଂ ୨ବି, ଯଦି ଆପଣଙ୍କ ପାଖରେ ଯୋଗ୍ୟ ତିନି ଜଣ କ୍ୟାଡରର ଆଇପିଏସ ଅଫିସର ଥିଲେ ଏବଂ  ନାଁ ମଧ୍ୟ ସୁପାରିଶ ହୋଇ ସାରିଥିଲା, ତେବେ ପ୍ରକାଶ ସିଂ ଗାଇଡଲାଇନ ଅନୁସାରେ ନିଯୁକ୍ତ ନ ଦେଇ କାହିଁକି ପୁଣି ନାଁ ଯୋଡ଼ିଲେ। ଏହା ଉପରେ ନିଜର ଉତ୍ତର ରଖିଛନ୍ତି ରାଜ୍ୟ ସରକାର। ସରକାରଙ୍କ ପକ୍ଷରୁ ଯୁକ୍ତି ରଖି ସଲିସିଟର ଜେନେରାଲ କହିଛନ୍ତି ଯେ, ଏକ ଲାର୍ଜର ପୁଲ୍ ପାଇଁ ଏମିତି ନିଷ୍ପତ୍ତି ନିଆଯାଇଥିଲା। ସରକାର ଉଭୟ ଗ-ହ ମନ୍ତ୍ରଣାଳୟ ଏବଂ ପ୍ରକାଶ ସିଂ ଗାଇଡଲାଇନର ଅନୁସରଣ କରିଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking