33.1 C
Bhubaneswar
Tuesday, September 29, 2026
Homeଓଡିଶାସିମେଣ୍ଟ ବସ୍ତା ୭ ଟଙ୍କା ବଢ଼ିଲା

ସିମେଣ୍ଟ ବସ୍ତା ୭ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ: ଦେଶରେ ସିମେଣ୍ଟ ଦାମ ପୁଣି ବଢ଼ିବା ସମ୍ଭାବନା ଦେଖାଦେଇଛି। ସେପ୍ଟେମ୍ବରରେ ଦେଶରେ ସିମେଣ୍ଟର ହାରାହାରି ଦାମ ବସ୍ତା ପିଛା ୭ ଟଙ୍କା ବଢ଼ିଛି। ଅକ୍ଟୋବରରେ ବିଭିନ୍ନ ବଜାରରେ ବସ୍ତା ପିଛା ଆହୁରି ୫ରୁ ୨୦ ଟଙ୍କା ପର୍ଯ୍ୟନ୍ତ ଦାମ ବଢ଼ାଇବାକୁ କମ୍ପାନିଗୁଡ଼ିକ ଚିନ୍ତା କରୁଛନ୍ତି। ଦକ୍ଷିଣ ଭାରତରେ ସିମେଣ୍ଟ ଦାମ ବସ୍ତା ପିଛା ୧୧ ଟଙ୍କା ବଢ଼ିଛି। ପଶ୍ଚିମ ଭାରତରେ ୯ ଟଙ୍କା ଓକେନ୍ଦ୍ର, ପୂର୍ବ ଓ ଉତ୍ତର ଭାରତରେ ୫ ଟଙ୍କା ଲେଖାଏଁ ବୃଦ୍ଧି ହୋଇଛି।ସିମେଣ୍ଟ କମ୍ପାନିଗୁଡ଼ିକ ଦାମ ବଢ଼ାଇବା ପଛରେ ଇନ୍ଧନ ଦରବୃଦ୍ଧି ଏକ ପ୍ରମୁଖ କାରଣ ବୋଲି ଦର୍ଶାଇଛନ୍ତି। ଗତ କିଛି ସପ୍ତାହରେ ଇନ୍ଧନ ମୂଲ୍ୟରେ ତୀବ୍ର ବୃଦ୍ଧି ହୋଇଥିବାରୁ କମ୍ପାନିଗୁଡ଼ିକ ଉପରେ ଖର୍ଚ୍ଚ ଚାପ ବଢ଼ିଛି। ତେବେ କମ୍ପାନିଗୁଡ଼ିକ ଦାମ ବଢ଼ାଇଲେ ମଧ୍ୟ ସବୁ ବଜାରରେ ଏହାର ସମ୍ପୂର୍ଣ୍ଣ ପ୍ରଭାବ ଗ୍ରାହକଙ୍କ ଉପରେ ପଡ଼ିିନାହିଁ। କେତେକ ସ୍ଥାନରେ ଡିଲରମାନେ ତ୍ରୈମାସିକ ବିକ୍ରି ଲକ୍ଷ୍ୟ ପୂରଣ ପାଇଁ ପୁରୁଣା ଦାମରେ ସିମେଣ୍ଟ ବିକ୍ରି କରୁଛନ୍ତି। ଜୁଲାଇ-ଅଗଷ୍ଟରେ ଅନେକ ବଜାରରେ ଚାହିଦା ସୀମିତ ରହିଥିଲା। ବର୍ଷା ଯୋଗୁଁ କେତେକ ଅଞ୍ଚଳରେ ନିର୍ମାଣ କାମ ପ୍ରଭାବିତ ହୋଇଥିବାବେଳେ କମ୍ ବର୍ଷା ହୋଇଥିବା ଅଞ୍ଚଳରେ ନିର୍ମାଣ କାର୍ଯ୍ୟ ଭଲ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking