33.1 C
Bhubaneswar
Tuesday, September 29, 2026
Homeଓଡିଶାଅକ୍ଟୋବର ୧୯ରେ ଛତରଯାତ୍ରା: ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

ଅକ୍ଟୋବର ୧୯ରେ ଛତରଯାତ୍ରା: ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନର ବ୍ୟାପକ ପ୍ରସ୍ତୁତି

କଳାହାଣ୍ଡି: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମା’ ମାଣିକେଶ୍ୱରୀଙ୍କ ବିଶ୍ୱପ୍ରସିଦ୍ଧ ବିଜୟ ଛତରଯାତ୍ରା ଓ ଦଶହରା ମହୋତ୍ସବ ପାଇଁ ଚଳଚଞ୍ଚଳ ହୋଇଉଠିଛି ଭବାନୀପାଟଣା। ଚଳିତ ବର୍ଷ ଆସନ୍ତା ଅକ୍ଟୋବର ୧୯ ତାରିଖରେ ଏହି ମହାପର୍ବ ଅନୁଷ୍ଠିତ ହେବାକୁ ଯାଉଛି। ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମକୁ ଦୃଷ୍ଟିରେ ରଖି ଯାତ୍ରାକୁ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଜୋରଦାର କରାଯାଇଛି।ଏହି କ୍ରମରେ ପ୍ରଶାସନିକ ସ୍ତରରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ନିର୍ଦ୍ଧାରିତ ସୂଚନା ଅନୁଯାୟୀ, ଅକ୍ଟୋବର ୧୯ ତାରିଖ ସକାଳ ୫:୩୦ ମିନିଟରେ ଜେନାଖାଲରୁ ମା’ଙ୍କ ନଗର ପରିକ୍ରମା ଆରମ୍ଭ ହେବ। ପରମ୍ପରା ଅନୁସାରେ ଛତର ବାହାରି ସହର ପରିକ୍ରମା କରିବା ପରେ ଦିନ ୧୧:୩୦ ମିନିଟରେ ମା’ ମାଣିକେଶ୍ୱରୀଙ୍କ ମୂଳ ମନ୍ଦିରରେ ପ୍ରବେଶ କରିବାର ସମୟ ନିରୂପଣ କରାଯାଇଛି।

ଶ୍ରଦ୍ଧାଳୁଙ୍କ ଶାନ୍ତିପୂର୍ଣ୍ଣ ଦର୍ଶନ ପାଇଁ ଶୃଙ୍ଖଳା ଓ ସୁରକ୍ଷା ବ୍ୟବସ୍ଥାକୁ ପ୍ରାଥମିକତା ଦିଆଯାଇଛି। ବିଶେଷ କରି ସହରରେ ଭିଡ଼ ନିୟନ୍ତ୍ରଣ, ସୁଚାରୁ ଟ୍ରାଫିକ ପରିଚାଳନା, ପାନୀୟ ଜଳ ଯୋଗାଣ, ସ୍ୱାସ୍ଥ୍ୟସେବା, ପରିମଳ, ବିଦ୍ୟୁତ ସେବା, ଆଲୋକୀକରଣ ଏବଂ ଆପାତକାଳୀନ ସେବା ଉପରେ ଜିଲ୍ଲା ପ୍ରଶାସନ ଫୋକସ ଦେଇଛି।ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ, ଜନପ୍ରତିନିଧି ଓ ପୂଜା କମିଟିର ଆୟୋଜକମାନେ ଉପସ୍ଥିତ ଥିଲେ। ଯାତ୍ରା ସମୟରେ ଯେପରି କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତି ନଉପୁଜେ ଏବଂ ଶ୍ରଦ୍ଧାଳୁମାନେ ସୁରକ୍ଷିତ ଭାବେ ମା’ଙ୍କ ଦର୍ଶନ କରିପାରିବେ, ସେଥିପାଇଁ ସମସ୍ତ ବିଭାଗ ମଧ୍ୟରେ ପୂର୍ଣ୍ଣ ସମନ୍ୱୟ ରଖି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking